ପ୍ରୀତିର ବଳିତା ଟିଏ
ପ୍ରୀତିର ବଳିତା ଟିଏ
1 min
404
କବିର କବିତା ପ୍ରେମର ଦୀପ ରେ
ପ୍ରୀତିର ବଳିତା ଟିଏ
ସଞ୍ଜରେ ସକାଳେ ତା ଶୁଭ ମାନସୀ
ପ୍ରେୟସୀ ତା ଜାଳୁ ଥାଏ (1)
କବିର କବିତା ଫଗୁର ଫଗୁଣ
ଖୁସିର ପ୍ରତୀକ ଟିଏ
ପ୍ରେମିକା ଓଠରେ ଚେନାଏ ହସର
ପ୍ରୀତିର କବିତା ଟିଏ (2)
କବିର କବିତା ଗାଁ ନଈ ଧାରେ
ସରୁ ଚଲା ବାଟ ଟିଏ
ଶିଶିର ରେ ଭିଜା ଦୁବ ଘାସ ପରେ
ସାଧବର ବୋହୁ ଟିଏ (3)
କବିର କବିତା ତା ସୃତି ପ୍ରତୀକ
ମନର ମାନସୀ ଟିଏ
ନିଜଠୁ ନିଜର ଅତି ଆପଣାର
ଅନ୍ତରଙ୍ଗ ସାଥିଟିଏ (4)
ଗଲା ବସନ୍ତର ଚୋରା ଚଇତାଳି
ହୃଦୟ ର କଥାଟିଏ
ପରୀ ରାଇଜର ରାଜଜେମା ସିଏ
ସପନ ସୁନ୍ଦରୀ ଟି ଟିଏ (5)
