ପ୍ରେମର ଥିଓରୀ
ପ୍ରେମର ଥିଓରୀ
ପ୍ରେମର ଥିଓରୀ
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ନାରୀ ଭାରି ହୋସିଆରି
ହସରେ ପ୍ରେମର ଡୋରି
ମନ ହୋଇଗଲେ ଭାରୀ
ନିମିଷକେ କହିଦିଏ ‘ସରି’ ।
ବିଚରା ନର
ପ୍ରେମରେ ହୋଇଯାଏ ପର
ନଥାଏ ଆଉ ଘର ଦୁଆର
ଧରେ ତାକୁ ଛାନିଆ ଜ୍ୱର
କାଢ଼ିଲା ଯଦି ବେଶୀ ପର
ଖାଏ ପେଟେଣ୍ଡ ମେଡିସିନ୍ ଏଫ୍.ଆଇ.ଆର୍. ।
ନାରୀ ବଡ଼ ମାୟାଚାରୀ
ଚଞ୍ଚଳ ମନର ବଡ଼ ବେମାରି
ଖୋଜୁଥାଏ ନୂଆ ନୂଆ ଯାତିରୀ
ଆଉ ନାହିଁ କାହାକୁ ଖାତିରି ।
ନର ବି କମ୍ ନୁହେଁ ଭଅଁର
ଜାଣିଥାଏ ଚାଲୁ ପାଣିର ଧାର
ଚାରିଆଡ଼େ ଥାଏ ନଜର
ଖୋଜି ବୁଲେ ନୂଆ ଶିକାର ।
କେହି କାହାକୁ ନୁହନ୍ତି ଊଣା
କିଏ ଛୁଞ୍ଚି, କିଏ ଚାଲୁଣିର କଣା
ଉଭୟଙ୍କୁ ୟୁଜ୍ ଆଣ୍ଡ୍ ଥ୍ରୋ ର ରୁଲ୍ ଜଣା
ହୁଅନ୍ତିନି କେହି ବାଟବଣା ।
ପ୍ରତୀକ୍ଷା ହୋଇଗଲାଣି ଭାରି
ବୁଲୁଛି ଏବେ ପ୍ରେମଥାଳ ଧରି
ସଭିଏଁ ପକାନ୍ତି ତା’ରି ନାମେ ହୁରି
ଶୁଭୁନାହିଁ ତା ସ୍ୱର, ନର ହେଉ ବା ନାରୀ ।
ଦେଖିକରି କଳିଯୁଗ ଥିଓରୀ
ପ୍ରେମ ଏବେ ଗଲାଣି ଡରି
କାହା ସାଙ୍ଗେ ବାନ୍ଧିବନି ଡୋରି
ଏ ଯୁଗର ଓପନ୍ ଷ୍ଟୋରୀ ।
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****