STORYMIRROR

Satyaprakash Sethy, M. A(UGC NET)

Others

3  

Satyaprakash Sethy, M. A(UGC NET)

Others

ପ୍ରେମ

ପ୍ରେମ

1 min
342


ପ୍ରେମ ପାଠ ବୋଲି ଦୁଇଟି ଅକ୍ଷର

ଗୋଟିଏ ହେଲାନି ଶିକ୍ଷା

ମୂରୁଖ ପହ୍ଲରେ ମୂରୁଖ ମୁଁ ହେଲି

କାହାଠୁଁ ନେବି ଯେ ଦିକ୍ଷା।।

ଜୀବନ ଯୌବନେ ପ୍ରେମ ମୁଁ ଯେ କଲି

ପ୍ରେମକ ପ୍ରବର ସାଜି

ପ୍ରେମ ବିପଣନେ ଅସଫଳ ହେଲି

ସମସ୍ତେ କହିଲେ ପାଜି ।।

ପତ୍ନୀ ସଙ୍ଗେ ରଖିଲି ଭାବ ଯେ

ପତ୍ନୀ ମୋର ହେଲା ନାହିଁ

ଦୂର ଦୂର କରି ଗୋଡ଼ାଇ ଖାଉଛି

ଭିଣି ଭିଣି ସଦା କାହିଁ।।

ଛୁଆ ପିଲାଙ୍କୁ ତ ସ୍ନେହ ଶ୍ରଦ୍ଧା ଦେଲି

ମୋ ପଟିଆ କେହି କୁହେ?

ମାଆ ମାଆ ବୋଲି ଗୋଡ଼ାନ୍ତି ସମସ୍ତେ

ମାଆ କଥା ସଦା ରହେ।।

କାହାକୁ ନେଇ ଯେ କରିବି ମୁଁ ଘର

ଭ୍ରମୁ ଅଛି ଖାଲି ଭ୍ରମେ

ତୁମକୁ କଲି ଯେ ଏତେ ଅନ୍ତରଙ୍ଗ

ତୁମ ହିସାବରେ ତୁମେ।।

ଭଲ ପାଇବାରେ ରହିଲା କି ଭୁଲ

ଭଲ ପାଇ ଯାଏ ଠକି

ବାଉଳି ହେଉଛି ବିଶ୍ବାସ ପାଉନି

ଯାଉଛି ମୁଁ ଖାଲି ବକି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍