STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ପ୍ରେମ

ପ୍ରେମ

1 min
13.2K



( ଉଷାରାଣୀ ପଣ୍ଡା )


ପ୍ରେମ ଅଟେ ଦୁଇଟି ମନର

ଆବେଗ ରୂପକ ନିଶା,

ସହି ହୁଏନି କହି ହୁଏନି

ସେ ଏକ ନିଚ୍ଛକ ଭାଷା।


ପ୍ରେମ ଅଟେ ଶରତ ନିଶିର

ଶୋଭାମୟୀ ଶୁଭ୍ର ଶଶି,

ନିଷ୍କଳଙ୍କ ହୃଦେ ଭରିଦିଏ

ଅକୁହା ସପନ ରାଶି


ପ୍ରେମ ପରିଭାଷା ଦୁଇଟି ଅକ୍ଷର

ସ୍ବଚ୍ଛ ମନ ବୁଝାବଣା,

ସନ୍ଦେହ କାଳିମା ବୋଳିଦେଲେ

କଳଙ୍କେ ସେ ବାଟବଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍