STORYMIRROR

Pratibha Priyadarshini

Others

3  

Pratibha Priyadarshini

Others

ପ୍ରେମ:ଜୀବନର ଜଟିଳ ଜ୍ୟାମିତି

ପ୍ରେମ:ଜୀବନର ଜଟିଳ ଜ୍ୟାମିତି

1 min
13.6K


ପ୍ରେମ: ଜୀବନର ଜଟିଳ ଜ୍ୟାମିତି ************************** ପ୍ରେମରେ ଯାହାକୁ ଭୁଲିବାକୁ ଚ୍ୟେଷ୍ଟା ସେ ବେଶି ବେଶି ମନେ ପଡୁଥାଏ ମନେପଡେ ବେଶି ପ୍ରଥମ ପ୍ରେମର ଅପାସୋରା, ଦୁର୍ଲଭ ମୁହୂର୍ତ୍ତ ଯେତେକ ଶାମୁକା କୁ ମୁକ୍ତା, ଶିଳା କୁ ଶାଳଗ୍ରାମ, ମାଟିକୁ ଚନ୍ଦନ କରିବାର ନିଆରା ଅନୁଭବ।। ପ୍ରେମ ଏକ ଉଦାର ଓ ଉଚ୍ଚାଟ ଆଷାଢ ଆବେଗରେ ଭିଜାଏ ମନର ମାଟି ଅଗଣା ଅଦେୟ ରହେନି କିଛି ପ୍ରଣୟୀ ପାଖରେ ଜୀବନର ଏଇ ପରମ ଅନୁଭବ ଲାଗି ନିସଙ୍କୋଚ ଉତ୍ସର୍ଗି ଦିଏ ସବୁକିଛି ପୁରାଣର ଦାନବୀର ବଳି ରାଜା ଭଳି।। ପ୍ରେମ ପାଖେ ପ୍ରାପ୍ତି,ପ୍ରତ୍ୟାଶା,ମୋକ୍ଷ ଓ ନିର୍ବାଣ ସବୁ ଅନୁଭୂତି ହୋଇଯାଏ ଅର୍ଥହୀନ ପରିଣତି, ପରିଣୟ ହେଉ ଅବା ପ୍ରତ୍ୟାଖ୍ୟାନ ପ୍ରତାରଣା ହେଉ କିମ୍ବା ହେଉ ପଶ୍ଚାତାପ ପ୍ରାପ୍ତି ଠାରୁ ଅପ୍ରାପ୍ତି ବି ହୋଇପାରେ ଅର୍ଥପୂର୍ଣ ପରାସ୍ତ ହୁଏନି ପ୍ରେମିକ,ନିରସ୍ତ ହୁଏନି ପ୍ରଣୟିନୀ ମନ।। ପ୍ରେମର ଆଲିଙ୍ଗନ, ଆଶ୍ଳେଷ ଓ ଅଭିସାର ଯା'ପାଖେ ହାରେ ସାତ ସମୁଦ୍ର ତେର ନଈ ଭୂଗୋଳ ହେଇଯାଏ କ୍ଷୁଦ୍ର ଓ ସୀମିତ ତା'ର କରୁଣ ଆବେଦନ କାଠ,ପଥରର ମଞ୍ଜ ଚହଲାଏ, ବରଫକୁ କରେ ନିଆଁ ରଡ ତା' ସୁର ପାଖେ ବେହାଗ ଫିକା ପଡିଯାଏ।। ପ୍ରେମ ଗଣିତର ନିୟମ ନିଆରା ମନଦେଇ ବୁଝିହୁଏ, ମସ୍ତିଷ୍କରେ ବିଚାର ହୁଏନା ଥରେ ଏ ଅମୃତ ଚାଖିନେଲେ, ବଳକା ରହେନି କିଛି ଆଶା କି ଅବଶୋଷ ମୁକ୍ତି ର ମୁମୂକ୍ଷା ଅବା ମୋକ୍ଷ ର ପ୍ରତୀକ୍ଷା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍