Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

4  

DILIP KUMAR SAHOO

Others

ପ୍ରଦୂଷଣ ଯୋଗୁ ଋତୁ ବାଟବଣା

ପ୍ରଦୂଷଣ ଯୋଗୁ ଋତୁ ବାଟବଣା

1 min
236


 ବରଷା କେଉଁଠି ପ୍ରବଳ ହେଉଛି

 କଲବଲ କରେ 'ବଢି'

 କେଉଁଠାରେ ପୁଣି ବରଷା ବିହୁନେ

 'ମରୁଡି' କଲାଣି ରଡି ।


ଅବେଳରେ ଏବେ ବରଷା ବତାସ

 ଲୁଟି ନିଏ ହସ ଖୁସି

ବେଉଷଣବେଳେ ପାଣି ମିଳୁନାହିଁ

 ହତାସ ହୁଅନ୍ତି ଚାଷୀ ।


କାହିଁକି ବରଷା ଲୁଚକାଳି ଖେଳେ

କାରଣ ହେଉଛୁ ଖୋଜି

ପ୍ରଦୁଷଣ ଯୋଗୁ ବେସୁରା ରାଗଣୀ

 ବୁଝିବି ପାରୁନୁ ବୁଝି ।


ତେଲ ଦର ଏଣେ ଯେତିକି ବଢୁଛି

 ସେତିକି ବଢୁଛି ଗାଡି

ପବନରେ ମିଶେ ବିଷ ଧୂଆଁ ଧୂଳି

 ଗାଡି ସବୁ ଗଲେ ଗଡି ।


ଗଲାସନ ଯେବେ ତାଲାବନ୍ଦ ଯୋଗୁ

 ଗାଡିଘୋଡା ଚାଲିଲାନି

ନିର୍ମଳ ଆକାଶ ଶୀତଳ ପବନ

 ମନ ନେଲା ଆମ କିଣି ।


ତାଲାବନ୍ଦ ଆମ କାନରେ କହିଲା

 କଥାଟିଏ ସବୁ ଜାଣ

 ପ୍ରଦୂଷଣେ ଋତୁ ହୁଏ ବାଟବଣା

 କର ତାର ନିୟନ୍ତ୍ରଣ।


ପ୍ରଦୂଷଣ ମୁକ୍ତ ନହେଲ ଜଗତ

ମେଘ ମାନିବନି ବୋଲ

କେତେବେଳେ ବଢି କେବେତ ମରୁଡି

ହେଉଥିବା କଲବଲ ।

 



Rate this content
Log in