STORYMIRROR

Prakash Kumar Chand

Others

2  

Prakash Kumar Chand

Others

ପୋଖରୀ

ପୋଖରୀ

1 min
13.6K




ଆମ ଗାଆଁର ଶେଷ ମୁଣ୍ଡରେ

ଅଛି ଗୋଟେ ପୋଖରୀ

କାଚ ପରିକା ନିର୍ମଳ ଜଳ

ସୁନ୍ଦର ଦିଶେ ଭାରି ।


ଵରଗଛଟେ କେଉଁ କାଳରୁ

ଅଛି ତାହାରି ମୂଳେ

ପକ୍ଷୀତ ଆସି ଗଢନ୍ତି ବସା

ସେଇ ଗଛର ଡାଳେ ।


କେଡେ ସୁନ୍ଦର ଫୁଟି ଦିଶନ୍ତି

ଫୁଲ କଇଁ ପଦୁଅଁ

ଆକାଶେ ଉଇଁ ଜହ୍ନ ତ ଦେଖେ

ପାଣିରେ ତାର ମୁହଁ ।


ଜେଜେ କହନ୍ତି ପୋଖରୀ ନୁହେଁ

ଗଙ୍ଗା ସେ। ଆମ ପାଇଁ

ସଭିଏଁ ସେଠି କରନ୍ତି କାମ

ବାଛ ବିଛାର ନାହିଁ ।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

ମୋ.୯୮୫୩୩୫୪୯୩୮


Rate this content
Log in