ପଞ୍ଚମେଘି
ପଞ୍ଚମେଘି


ଫଗୁଣ ଆସିଲା ଯେତେବେଳେ
ଦୁନିଆଁ କୁ ଭୁଲିଗଲି
ଅବୀର ମାଖି ମୁଁ ରଙ୍ଗବତୀ ଯା ହେଲି
ଶ୍ରାବଣ ଆସିଲା ଯେତେବେଳେ
ହୋସ ମୋ ଉଡ଼ିଗଲା
ବରଷା ଓ ମେଘ ମୋ ଦୁଇ ନୟନ
ଆଷାଢ଼ୀ କନ୍ୟା ସାଜିଲି
ମଳୟ ଆସିଲା ଯେତେବେଳେ
ନଜର ସେ ଚୋରାଇଲା
ବାଦଲ ବରଷା କୁ ଭୁଲିଗଲା
କଜ୍ଜ୍ୱଳ ମାଖି ମୁଁ କଳାବତୀ ସିନା ହେଲି
ପଲାଶ ଫୁଲ ଯେତେବେଳେ
ଆମ ଗାଁ ଛୁଇଁ ଗଲା
ରତ ରତ ସଂଜେ ନୀଳକଇଁ ଟା ପା
ଫିକ କିନା ହସିଦେଲା
କାଉଁରୀ କନ୍ୟା ମୁଁ ହେଲି
ଏଵେ ଜେଷ୍ଠ ମାସରେ
ସ୍ନାନ ମଣ୍ଡପର ଗାଧୁଆ ପୀଠରେ
ଚକା ଚକା ଆଖି ଦେଖି ଦେଇ ସଖି
ଗଲି ଯେବେ ଲାଖି
ହୋସ ଉଡ଼ିଗଲା ପୁଣି ମୋର
ନୁହେଁ ରାଧା ନୁହେଁ ମୀରା ଅବା ମାତ ଲଷ୍ମୀ
ପାଞ୍ଚମେଘି ମୁଁ ସାଜିଲି.