STORYMIRROR

Sunanda Mohanty

Others

3  

Sunanda Mohanty

Others

ପଞ୍ଚମେଘି

ପଞ୍ଚମେଘି

1 min
14


ଫଗୁଣ ଆସିଲା ଯେତେବେଳେ 

ଦୁନିଆଁ କୁ ଭୁଲିଗଲି 

ଅବୀର ମାଖି ମୁଁ ରଙ୍ଗବତୀ ଯା ହେଲି 

ଶ୍ରାବଣ ଆସିଲା ଯେତେବେଳେ 

ହୋସ ମୋ ଉଡ଼ିଗଲା 

ବରଷା ଓ ମେଘ ମୋ ଦୁଇ ନୟନ 

ଆଷାଢ଼ୀ କନ୍ୟା ସାଜିଲି 

ମଳୟ ଆସିଲା ଯେତେବେଳେ 

ନଜର ସେ ଚୋରାଇଲା 

ବାଦଲ ବରଷା କୁ ଭୁଲିଗଲା 

କଜ୍ଜ୍ୱଳ ମାଖି ମୁଁ କଳାବତୀ ସିନା ହେଲି 

ପଲାଶ ଫୁଲ ଯେତେବେଳେ 

ଆମ ଗାଁ ଛୁଇଁ ଗଲା 

ରତ ରତ ସଂଜେ ନୀଳକଇଁ ଟା ପା 

ଫିକ କିନା ହସିଦେଲା 

କାଉଁରୀ କନ୍ୟା ମୁଁ ହେଲି 

ଏଵେ ଜେଷ୍ଠ ମାସରେ 

ସ୍ନାନ ମଣ୍ଡପର ଗାଧୁଆ ପୀଠରେ 

ଚକା ଚକା ଆଖି ଦେଖି ଦେଇ ସଖି 

ଗଲି ଯେବେ ଲାଖି 

ହୋସ ଉଡ଼ିଗଲା ପୁଣି ମୋର 

ନୁହେଁ ରାଧା ନୁହେଁ ମୀରା ଅବା ମାତ ଲଷ୍ମୀ

ପାଞ୍ଚମେଘି ମୁଁ ସାଜିଲି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍