ପିଲାଦିନ ଖେଳ
ପିଲାଦିନ ଖେଳ
ପିଲା ଦିନେ ଥିଲି ଛୋଟ ପିଲା
ପଢିବାରେ ମୋର ଅବେହେଳା
ବୋଉର ନିତି ଦିନ ଗାଳି
ସାଙ୍ଗ ସାଥିରେ ମେଳ ମେଳ l
ଖେଳିବାରେ ମୋର ମନ ଭାରି
ଘରୁ ଜାଏ ମୁଁ ବାହାରି
ପାଠ ପଢା ସହ ଖେଳ ଭଲ ହେବ
ଖେଳରେ ମୁଁ ଜିତି କରି
ବାଳୁତ କାଳୁ ମୋର ଖେଳ ଭଲ
ମିଳଥିଲା ମୋତେ ଭଲ l
ପିତାମାତାଙ୍କୁ ମୁଁ କରେ ନିବେଦନ
ଖେଳ ହି ମୋ ଜିବନ l
ଖେଳକୁଦ ଆଉ ନାଚ ଗିତ ମୋର
ଖେଳ ଭବିଷ୍ୟତ ମୋର
ସମୟ ନିର୍ଦ୍ଧାରଣ କରି କାମ କଲେ
ନାମ ମୋର ରଖି ଗଲେ l
ବୋଉ କଥା ମୁଁ ଶୁଣି ନାହିଁ
ଖେଳ ପାଇଁ ମୁଁ ବାଇ
ବାପାଙ୍କ ର ମୋର ରାଗ ବାଣୀ
ଡରିଜାଏ ମୁଁ ପୁଣି l
ଆଜି ମୁଁ ଭାବୁଛି ପିତା ମାତାଙ୍କ
ଆଶିର୍ବାଦ ରହିଛି ସଦାସର୍ବଦା
ତାଙ୍କ ପାଇଁ ମୁଁ ଆଜି ହେଲି ବଡ
ତାଙ୍କ ଠୁ କେହି ନାହିଁ ବଡ l
ଜଞ୍ଜାଳ ମୋହ ମାୟାରେ ପଡି
ଭୁଲି ଗଲି ମୋ ଘର
ବାହୁଡି ମୁଁ ମୋ ଘର ଏବେ ମୋର
ବାପା ବୋଉ ମୋର l
ଛଟପଟ ହେଲି ଦେଖି ମୋ ଘର
ବୁଦ୍ଧ ବାପା ବୋଉ ମୋର
ମନ ପଡିଲେ ଛାତି ଜାଏ ଫାଟି
ଏଠ ନାହିଁ ମୋର ଅଧିକାର l