ପହିଲି ଆଷାଢରେ
ପହିଲି ଆଷାଢରେ
1 min
13.4K
ମମତା ମୁର୍ମୁ
ପହିଲି ଆଷାଢରେ
ତୁମ ସାଥେ ବର୍ଷାରେ ଭିଜିବାଟା
ଲାଗୁଥିଲା ଭାରି ନିଆରା,
ବର୍ଷାରେ ଭିଜିଭିଜି
ଖାଲି ଖୋଜୁଥିଲା
ତୁମ ଉଷୁମ ଦେହକୁ ।
କିନ୍ତୁ
ସେଇଦିନ ତୁମେ ନା.....!!
ମୋ ଅଧା ଭିଜା ଦେହ
ଆଉ ଅଧା ଭିଜା ଶାଢି
ଖାଲି ଖୋଜୁଥିଲା
ତୁମ ଓଦା ଦେହର ବାସ୍ନାକୁ ।
**
ଶିକ୍ଷୟିତ୍ରୀ, ନିରାକାରପୁର, ଖୋର୍ଦ୍ଧା
