STORYMIRROR

DILIP KUMAR SAHOO

Others

4  

DILIP KUMAR SAHOO

Others

ପବନ ସହିତ ଜୀବନ ସମ୍ପର୍କ

ପବନ ସହିତ ଜୀବନ ସମ୍ପର୍କ

1 min
262


ନିଃଶ୍ୱାସ ପ୍ରଶ୍ବାସ ଜୀବନ ଉଚ୍ଛ୍ୱାସ

 ନିଃଶ୍ୱାସେ ବିଶ୍ୱାସ ନାହିଁ

ଅଟକି ଗଲେ ସେ ସରିଯାଏ ନାଟ

ମରଣ ଗୀତିକା ଗାଇ ।


ମାତା ଜଠରରେ ନିଃଶ୍ୱାସ ପ୍ରଶ୍ୱାସ 

ପ୍ରାଣକୁ ପ୍ରତିଷ୍ଠା କରେ

ଦଣ୍ଡେ ନ ଅଟକି ବାଟ ଚାଲୁଥାଏ

ଅଟକିଲେ ବାଟ ସରେ ।


ଜନମ ମରଣ ମଝିରେ ଜୀବନ

ପବନର ସବୁ ଖେଳ

ସମୟ ସୁଅରେ ପାଣିଫୋଟକା ସେ

ନାହିଁ ତାର ଥଳକୂଳ ।


ଜୀବନ ଜଞ୍ଜାଳ ଜଟିଳ ଗଣିତ

ମନକି ସହଜେ ବୁଝେ !

ଝଡ ଝଞ୍ଜାକୁ ସେ ସହିପାରେ ହେଲେ

ଚଇତାଳି କାଳ ସାଜେ ।


ପବନ ସହିତ ଜୀବନ ସମ୍ପର୍କ

କଥାଟିଏ ଯାଏ କହି

ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ ଏଠି

ଖର୍ଚ୍ଚ କର ଦେଖି ଚାହିଁ ।



Rate this content
Log in