Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract Classics Others

4  

SUKANTA KHANDA

Abstract Classics Others

ପାଞ୍ଚଟି କବିତା

ପାଞ୍ଚଟି କବିତା

1 min
363



      -ଭକ୍ତିର ଚିହ୍ନ-

ଭକ୍ତିର ସହିତ ଭଲ ପାଉଥିଲି

   ଈଶ୍ବରଙ୍କୁ ଯେବେ ମୁହିଁ 

ଲୋକଙ୍କ ହୃଦୟ ମନ ମୋହିନେଲି

   ଦେଖୁଥିଲେ ଲୋକେ ଚାହିଁ 

   ଯେମିତି ସଚ୍ଚାଟେ ମୁହିଁ 

ଲୋକ ଦେଖାଣିଆ ଚୁର ମାଉଁସିଆ

   ଅର୍ଥ ହାତେଇବା ଏଇ। 

        

       -ଦୁର୍ଗା-

ବାଣ୍ଟିବାକୁ ତୁମେ ଆଶିଷ ମରତେ

  ଓହ୍ଲାଇ ଆସୁଛ ଯେବେ

ଦେଖିନିଅ ମାଆ ମାନବ କରମ

  ଯାହା କରୁଛନ୍ତି ଭବେ

  ଶରତ ଆକାଶ ଏବେ

ଶୃଙ୍ଖଳିତ ପରି ସ୍ବଚ୍ଛ ଓ ପବିତ୍ର 

  କରି ଦିଅନ୍ତନି ତେବେ?

        

      -ନବରାତ୍ର- 

ନବରାତ୍ର ଆଜି ଉପବାସ ରହି

  ପୂର୍ଣ୍ଣାହୂତି ଦେବା ଭାଇ 

ସକଳ ଆଶାୟୀ ଅପେକ୍ଷାର ଅନ୍ତ

  ଅଳ୍ପକ୍ଷଣେ ସାରିଦେଇ

  ବିଜୟା ଦଶମୀ ପାଇଁ 

ମାଆ ଦୁର୍ଗାଙ୍କର ଦଶଭୁଜା ରୂପ

  ଦର୍ଶନ କରିବା ଯାଇ। 

         

     -ରାବଣ ପୋଡ଼ି- 

ସଭିଏଁ ଆନନ୍ଦ ପୋଡି଼ଦେଲୁ ବୋଲି 

    ତୁଚ୍ଛଟାରେ ପାଳଭୁତ 

ଅସଲ ରାବଣ ମନ ଗହନରେ

    ଲୁଚିଛି ନୁହେଁ କି ସତ

    ସୁଯୋଗେ ମାରିବ ନାତ

ସୀତାକୁ ଦେଖିଲେ କାମନା ବଢେ଼ଇ

    କରିବ ଯେମିତି ମିତ। 

        

      -ଆରାଧନା- 

ଗଣେଶଙ୍କ ପରେ ବିଶ୍ବକର୍ମାଙ୍କର 

  ଆରାଧନା ହୋଇଗଲା

ଦୁର୍ଗାପୂଜା ପରେ ଲକ୍ଷ୍ମୀ ଆବାହନ

  ତା'ପରେ କାଳୀଙ୍କୁ ଖୋଲା

  ଭକତି ସେନେହୀ ବାଲା

ଦେହ ଓ ମନକୁ ସନ୍ତୋଷ ସକାଶେ 

  ସମୟ କରେ କି ଢିଲା?


Rate this content
Log in