STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ପାଦରେ ପାଉଁଜି ଅଳତା ନାହିଁ ମୁଁ

ପାଦରେ ପାଉଁଜି ଅଳତା ନାହିଁ ମୁଁ

1 min
14.3K


🌹🌹🌹ମହାସ୍ମୀତା🌹🌹🌹



ପାଦରେ ପାଉଁଜି ଅଳତା ନାହିଁ ମୁଁ

କାହା ବାଟ ଚାହିଁ ରହେ

ଅଭିସାରିକା ମୁଁ ତାରା ଅଗଣାରେ

ଜହ୍ନର ଗଜଲ୍ ଗାଏ

ଶେଫାଳୀ ଫୁଲର ଗଜରାରେ ମୋର

ନିତି ବାନ୍ଧୁଥାଏ ଗଭା

ମଳୟ ଆସଇ ବସନ୍ତ ସାଥିରେ

ଋତୁରାଜ କରେ ଶୋଭା

ଭଗ୍ନ ହୃଦୟ ମଗ୍ନ ମନ ମୋ

କାହା ଅପେକ୍ଷାରେ ରୁହେ

ଦ୍ଵିତୀୟା ଜହ୍ନର ଚମକ ଚାନ୍ଦିନୀ

ଉଜାଗରେ ରାତି ପାହେ।




Rate this content
Log in