Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

3  

DILIP KUMAR SAHOO

Others

ଓଷଦ ଡାଲା

ଓଷଦ ଡାଲା

1 min
210


ଷାଠିଏ ପୂରିଲା ସରାଗ ସରିଲା

ଅମାନିଆ ପାଣିପାଗ

ତାଳୁରୁ ତଳିପା ଦଦରା ଖୋଳପା

ଦେହ ସାରା ଭରା ରୋଗ ।

ଉଚ୍ଚ ରକ୍ତ ଚାପ ମଧୁମେହ କୋପ

ଗ୍ୟାସ ସାଧୁଅଛି ଦାଉ

ଅଣ୍ଟା ଦରଜକୁ ଆଣ୍ଠୁ ର ଦରଜ

ସହି ହେଉନାହିଁ ଆଉ ।

ଆଜିକାଲି ତେଣୁ ବିନା ଓଷଦରେ

ଚଳୁନାହିଁ ହାତ ପାଦ

ଓଷଦ ନହେଲେ ରାତି ପାହିଯାଏ

ଆଖିରେ ଆସେନି ନିଦ ।

ବଞ୍ଚି ରହିବାକୁ ମେଞ୍ଚାଏ ଓଷଦ 

ଲୋଡା ହେଉଅଛି ନିତି

ଭାତ ରୁଟି ଠାରୁ ବେଶି ତ ବଟିକା         

 ଖାଉଅଛି ଦିନରାତି ।

ବେଳେବେଳେ ଦେଖି ଓଷଦ ଡାଲାକୁ

ଚିଡିଯାଉଅଛି ମନ

ଉବୁଟୁବୁ ଭେଳା ଓଷଦ ସହିତ

ସମ୍ପର୍କ କରିଲେ ଛିନ୍ନ ।


Rate this content
Log in