STORYMIRROR

Pradesh Kumar Pradhan

Others

4  

Pradesh Kumar Pradhan

Others

ନିତ୍ୟ ଚିନ୍ତନ

ନିତ୍ୟ ଚିନ୍ତନ

1 min
25.8K


ନିତ୍ୟ ଚିନ୍ତନ


ନିଃଶ୍ୱାସେ ବିଶ୍ୱାସ
ବିଶ୍ୱାସେ ନିଃଶ୍ୱାସ
ରଖିଥାରେ ସଦା ବାଇମନ
ଦିନରେ ସପନ
ସପନରେ ଦିନ
ଦେଖି ରାଧା ନାମେ କର ଗୁଣ ଗାନ।


ସଂସାରୁ ତରିବୁ
ତରିବ ସଂସାର
ରାଧା କୃଷ୍ଣ କଲେ ତୋରେ କୃପା,
ସୁଖ ଦୁଃଖ ନିତି
ନିତି ସୁଖ ଦୁଃଖ
ସବୁ ଛାଡି  ଅଜପାକୁ କର ଜପା।


ରାଧା ଯେ କୃଷ୍ଣର
କୃଷ୍ଣ ଯେ ରାଧାର
ମିିଳନରେ ମିଳେ  ସ୍ୱର୍ଗ ସୁଖ,
ଆତ୍ମାରେ ଯେ ଶୂନ
ଶୂନରେ ଯେ ଆତ୍ମା
ସବୁରି ସିଏ ସବୁଠାରେ ତାକୁ ଦେଖ।


ତାର ଠାରେ ଲୟ ରଖ।
ବାଇମନ ସବୁଠାରେ ତା’କୁ ଦେଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍