STORYMIRROR

Kabiratna Nutan Kumar Behera

Others

3  

Kabiratna Nutan Kumar Behera

Others

ନିଶା ନିବାରଣ

ନିଶା ନିବାରଣ

1 min
144

ନିଶା ଶରୀର ପାଇଁ କ୍ଷତିକାରକ

ମଣିଷର ମାନସିକତାରୁ ନାଶି ଦିଏ

ସ୍ୱତନ୍ତ୍ର ବିଚାରଧାରା ଜ୍ଞାନ ବୁଦ୍ଧି ବିବେକ

ଏ କଥା ଜାଣି ଶୁଣି ଦେଖି ବି ସମସ୍ତେ

ଖୁସିରେ ଖୁସିରେ ହୁଅନ୍ତି ନିଶାଗ୍ରସ୍ତ

ଆଜିର ସମାଜେ ଅଶିକ୍ଷିତରୁ ସଭ୍ୟ ଶିକ୍ଷିତ

ନିଶାର ଭୟାବହ ଦୁର୍ଦ୍ଦଶା ଭୋଗୀ

ମଣିଷ ହୁଏ ସର୍ବହରା ନିଃସ୍ୱ କାଙ୍ଗାଳ

ସମାଜ ଯାଏ ଦିନକୁଦିନ ରସାତଳକୁ

ଘଟେ ଦୈନଦିନ ବହୁ ଜଘନ୍ନ କାଣ୍ଡ

ଅମାନୁଷିକତାର ହିଂସ୍ର ବିଭତ୍ସ ଘଟଣା

ସବୁରି ଆଖିରେ ହୁଏ ସେ ଘୃଣ୍ୟ

ପୁରାଣ ଯୁଗରୁ ତଥା ଇତିହାସ ବି କହେ

ଅଦ୍ୟାବଧି ହେଉଛି ତାର ପୁନରାବୃତ୍ତି

ଏ ମାନବ ସମାଜରେ ବାରମ୍ବାର

ଫଳାଫଳ କିନ୍ତୁ ହେଉଛି ଶୂନ

କାହାକୁ କହିବା ନିଶା ନିବାରଣ କର

ଯିଏ ନିଶାଗ୍ରସ୍ତ ଶୁଣି ସେ କରେ ଅଟ୍ଟହାସ

ଯିଏ ନିଶାମୁକ୍ତ ସେ କହି କହି ନାଚାର

ସଚେତନତାର କାର୍ଯ୍ୟକ୍ରମ ଚାଲେ

ନିଶା ନିବାରଣ କେନ୍ଦ୍ରକୁ ନିଶାସକ୍ତ ଯାଏ

ନିଶାମୁକ୍ତ ହୋଇ ଫେରିଆସେ ଆନନ୍ଦରେ

ପୁନଶ୍ଚ କିଛି ଦିନ ପରେ ସେ

ପୂର୍ବ ପରି ହୁଏ ନିଶାରେ ମସଗୁଲ୍

ସୁଧାରେ ନାହିଁ ନିଜ କୁଭ୍ୟାସର ଭୁଲ୍

ନିଶାସକ୍ତ ବଢାଇବାକୁ ନିଜ ପତିଆରା 

ଅନ୍ୟକୁ ସାଥୀ କରି ଦେଖାଏ ପ୍ରଲୋଭନ

ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ

ଅଧିକ ଲାଭ ପାଇବାକୁ ନିର୍ଦ୍ୱନ୍ଦ୍ଵରେ

କରନ୍ତି ବହୁ ପରିମାଣେ ନିଶା ବ୍ୟବସାୟ

ଆଇନ ସମ୍ମତଃ ଖୋଲାହୁଏ ନିଶା ଦୋକାନ

ସାମାଜିକ ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୋଜିଭାତ ନିବାର୍ଚନ ଆଦିରେ ବି

ବିଭିନ୍ନ ନିଶାର ହୁଏ ବହୁଳ ବ୍ୟବହାର

ଦେଖାଯାଏ ନିଶା ଗ୍ରହଣ କରୁଥିବା ବ୍ୟକ୍ତି

ସମାଜରେ ସବୁଦିନ ସବୁଠି ବେଶି

ଯିଏ ହୋଇଛି ନିଶାରେ ଅଭ୍ୟସ୍ତ

ଯେତେ ଯା' ହେଲେ ବି ଛାଡୁନି ନିଶା

ସେମିତି ହିଁ ରହିଥାଏ ମରିବା ପର୍ଯ୍ୟନ୍ତ

ଏଭଳି କି ସମ ଅବସ୍ଥା ଲାଗି ରହିଛି

ସେ ପରିବାରରେ ବଂଶାନୁକ୍ରମିକ ଭାବେ

ନିଶା ବନ୍ଦ ପାଇଁ ହୁଏ ଆନ୍ଦୋଳନ 

ଧର୍ମଘଟ ସଭା ସମିତି କେତେ କ'ଣ

ପରୋକ୍ଷରେ ନିଶାକୁ ଦିଆ ହୁଏ ପ୍ରାଧାନ୍ୟ

ତେବେ ନିଶା ନିବାରଣ କରିବ କିଏ

ନିଶାଗ୍ରସ୍ତ ନା ନିଶାମୁକ୍ତ ବ୍ୟକ୍ତି

ଏ ପ୍ରଶ୍ନର ଉତ୍ତର ଏବେ ବି ଅସମାହିତ...

  



Rate this content
Log in