ନୀରବ ଆକାଶ
ନୀରବ ଆକାଶ
1 min
217
ମୁଁ ଦେଖୁଥିଲି ସେଦିନ ନିରବ ଆକାଶକୁ,
ନା ଜହ୍ନ ଥିଲା ନା
ତାରାର ରୋଷଣୀ l
ଅନ୍ଧକାରର ଭିତରେ
ହଜି ଯାଇଥିଲା ବାଦଲର ଲୁଚକାଳି ଖେଳ l
ସହର ଶୋଇଥିଲା,
କେଜାଣି କେତେ ଚକ୍ଷୁରେ ନିଦ ଥିଲା
ଆଉ କେତେ ଆଖି ଖାଲି ବାହାନା କରୁଥିଲା l
ଏକ ବିଶାଳ
ଅନ୍ଧକାରର ଭିତରେ ହଜିଥିଲେ ବିହଙ୍ଗ,
ହଜିଥିଲା ସୂର୍ଯ୍ୟ
କେଜାଣି କେତେ ମୁହୂର୍ତ୍ତ ପାଇଁ l
କିଏ ଘେରି ବସିଥିଲା ପୃଥିବୀକୁ,
ରଣଭୂମିରେ ଯୁଦ୍ଧ ଏବେ ସରିନଥିଲା,
ଚାହିଁ ରହିଥିଲା ନିରବ ଆକାଶ ବିଜୟର
ଶଙ୍ଖ ଧ୍ୱନି ଶୁଣିବାକୁ l
ନୂଆ ସୂର୍ଯ୍ୟ ଆସିବ
ରାତ୍ରୀର ଛାତି ଚିରି,
ବିଦୀର୍ଣ୍ଣ କରି ଶତ୍ରୁର ବିପୁଳ ବାହୁ,
ସଂହାର କରିବ ଅନ୍ଧକାରକୁ,
ଆଉ କଥା କହିବ ସେଦିନ ନିରବ ଆକାଶ,
ମୌନତା ଭଙ୍ଗ କରି