Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Panigrahi

Others Children

4.5  

Dharitri Panigrahi

Others Children

ସୁଖ

ସୁଖ

1 min
368



ସୁଖ ଥିଲା ବର୍ଣ୍ଣବୋଧ ବହିର

ଚିରା ପୃଷ୍ଠା,

ଅ ' ଆ, ଇ, ଈ,

ଗୋଟି ଗୋଟି ଅକ୍ଷର ଓ ବର୍ଣ୍ଣମାଳା l

ସୁଖ ଥିଲା,

କଳା ସିଲଟ, ଭଙ୍ଗା ଚକ୍ ଖଡ଼ି

ଓଉଲଟା ଅସଜଡ଼ା ଶବ୍ଦ

ମାତ୍ରା ଫଳା l


ସୁଖ ଥିଲା

ବାଇସାଇକେଲରେ ସୂର୍ଯ୍ୟକୁ ଛୁଇଁବାର

ବିଚିତ୍ର ପରିକଳ୍ପନା,

ପ୍ରତିବନ୍ଧକ ରହିତ ସେ ସ୍ୱାଧୀନତା,

ମୁକ୍ତ ଖିଆଲି ମନର ଯେତେ ସବୁ

ବିଭ୍ରାନ୍ତି ବିଚିତ୍ର କଳ୍ପନା l


ସୁଖ ଥିଲା

ପ୍ରଜାପତିର ରଙ୍ଗ,

ପଞ୍ଚତନ୍ତ୍ରର ଗପ 

ଗୁଡିର ମଞ୍ଜ,

ଦୁଇଟି ସରଳ ଆଖିରେ

ସମ୍ପୂର୍ଣ୍ଣ ଆକାଶକୁ ଭରି ଦେବାର ମେଞ୍ଚେ ସ୍ୱପ୍ନ l


ସୁଖ ଥିଲା ବାଲିଘର,

କାଦୁଅ ସଡ଼କ,

ଏକ ଟଙ୍କାର ସୋନପାମ୍ପୁଡ଼ି,

ଝଡି ବର୍ଷା,

ସଢ଼େଇ ଖେଳ,

ଧୂଳି ଝଡ଼ ପରି କେଇ କ୍ଷଣର ମାନ ଅଭିମାନ,

ମା'ର ପଣତ 

ସୁଖ ଥିଲା,

ସେଇ କଅଁଳ ବୟସ 

ଆଉ ହଜିଲା ଅତୀତ l



Rate this content
Log in