STORYMIRROR

Kamal Kumar Dash

Others

0  

Kamal Kumar Dash

Others

ନୀରବତା

ନୀରବତା

1 min
845



କାହାର ଓଠ ରୁ ତୁମ ନାମ ଶୁଣି

ଚମକି ପଡିଲି ଥରେ

ବୁଲିକି ଦେଖିଲି କେହି ନାହିଁ ଏଠି

ନୀରବତା ଚାରି କରେ (1)

ସେଇ ଝାଉଁ ବଣ ସାଗର ଲହଡି

ଓଦା ଓଦା ବେଳା ଭୂଇଁ

ଖୋଜୁଛି ତୁମକୁ କିଛି କହିବାକୁ

ପାରୁନି କିଛିବି କହି (2)

ଲହଡି ଫେରୁଛି ଦେଖିବାକୁ ଥରେ

ଆମେ ଗଲା ଦିନ ପରି

ନଦେଖି ଫେରୁଛି ଦୁଃଖରେ କାନ୍ଦୁଛି

କପାଳରେ ହାତ ମାରି (3)

ମୁଁ ଭାବୁଛି ଖାଲି ତୁମ ସୃତି ବୋଧେ

ଘୁରୁଛି ମୋ ଚାରି କଡେ

ଦୃଦୟ ଟାବୋଧେ ତୁମକୁ ଖୋଜୁଛି

ମନଟା ତୁମକୁ ଝୁରେ (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍