ନୀଳପରୀ
ନୀଳପରୀ
ନୀଳପରୀ
----------
ତୁ ତ' ଗୋଟାଏ ନୀଳପରୀ
କେମିତି ତତେ ବାନ୍ଧିରଖି ଥାଆନ୍ତି
ମୋ ଜୀବନର ସୀମା ପରିସୀମା ଭିତରେ,
ତୁ ଦିନେ ଉଡିଗଲୁ ତ' ଯା-
କହିବାର କିଛି ନାହିଁ ।
ଯେଉଠିକି ଗଲେ ବି ତୋ ମଥା ଉପରେ
ଆକାଶ ହୋଇ ମୁଁ ଉଭା ହେବି
ସେତେବେଳେ ଚାହିଁଲେବି ତୁ ଭୁଲିବୁନି, ଭୁଲିପାରିବୁନି ।
ସେଥିପାଇଁ ତୋ ଠିକଣାକୁ ଖୋଜି ହେଉନି ,
ପିଲାଦିନେ ତୋ ଚିଠିକୁ ସାଇତି ନପାରିବା ପରି
ତୋ ସ୍ମୃତିକୁ କେଉଠି ସାଇତି ରଖିନି
ଯେହେତୁ ମତେ ଜଣାଅଛି
ମୋ ମନ ବିନ୍ଦୁରେ ବିନ୍ଦୁରେ ତୁ ଥିଲୁ, ଅଛୁ ଓ ରହିବୁ
ତତେ ଖୋଜିବାର ନାହିଁ ଯୁଆଡେ ଯାଉଛୁ ତ' ଯା
କହିବାର କିଛି ନାହିଁ ।
ମନା କରୁନି ଚାହିଁଥିଲି ବୋଲି
ପଞ୍ଜୁରୀ ଭିତରେ ତତେ ରଖିବି ବୋଲି
ଖାଲି ଆଖି ଖୋଲୁ ଖୋଲୁ ଦେଖିବା ଇଛାରେ,
ହେଲେ ମୁଁ କି ଜାଣିଥିଲି ବାନ୍ଧିରଖିଲେ ବି
ତୁ ମୋର ହେବୁନି ବୋଲି ।
ଖୋଲିଦେଲି ହୃଦୟ ପଞ୍ଜୁରୀ ବାକିରହିଲା ଦେଖିବାକୁ
ତୁ ଯାଉଛୁ କି ନାଁ –
ଯିବୁ ଯଦି ଯା-
କହିବାର କିଛି ନାହିଁ ।।
...
Email:litp.ranjan@gmail.com