STORYMIRROR

kamal kumar dash

Others

3  

kamal kumar dash

Others

ମୁଁ କିଏ ଆଜି ବି ଖୋଜୁଛି

ମୁଁ କିଏ ଆଜି ବି ଖୋଜୁଛି

1 min
134


 ନିଜ କୁ ମୁଁ ହଜେଇ ବସିଛି

ଜୀବନର ଅମଡ଼ା ବାଟରେ

ସପନ ର ଅଜଣା ଗଳିରେ

ଅଧା ଲେଖା ମୋର କବିତାରେ

ଡାଇରୀର ପୁରୁଣା ପୃଷ୍ଠାରେ

ବହିର ସେ ଶୁଖିଲା ଫୁଲରେ

 ମୁଁ କିଏ ଆଜି ବି ଖୋଜୁଛି (1)

 

ନିଜ କୁ ମୁଁ ହଜେଇ ବସିଛି 

ଗାଆଁ ର ସେ ଧାନ ବିଲ ଧାରେ

ମନ୍ଦିରର ଆଳତି ଘଣ୍ଟା ରେ

ନଈ ପଠା ବର ଓହଳରେ

ପୋଖରୀର ନିର୍ମଳ ଜଳ ରେ

ପାଳ ଭୁତ ନିଥର ଆଖିରେ

ମୁଁ କିଏ ଆଜି ବି ଖୋଜୁଛି (2)


ନିଜ କୁ ମୁଁ ହଜେଇ ବସିଛି

ବାପାଙ୍କର ରାଗିଲା ଆଖିରେ

ଭଉଣୀର ସ୍ନେହର ରାକ୍ଷୀରେ

ସାନ ଭାଈ ଅବୁଝା ପ୍ରଶ୍ନରେ

ମୋ ବୋଉର ସ୍ନେହ ଆଶିଷ ରେ

ତା କାନିର ଅଭୁଲା ସ୍ପର୍ଶ ରେ

 ମୁଁ କିଏ ଆଜି ବି ଖୋଜୁଛି (3)


ନିଜ କୁ ମୁଁ ହଜେଇ ବସିଛି

ବହି ଖାତା ବ୍ୟାଗ ବସ୍ତାନୀରେ

ଲୁଡୁ ଗୋଟି କାଚର ବାଟିରେ

ପୁରୁଣi ସେ ଭଙ୍ଗା ସିଲଟରେ

ରଫ ଖାତା , ଟିକେଟ ଖାତାରେ

ସୃତିରସେ ଭଙ୍ଗା ବନ୍ଧୁକରେ

ମୁଁ କିଏ ଆଜି ବି ଖୋଜୁଛି (4)


ନିଜ କୁ ମୁଁ ହଜେଇ ବସିଛି

ପୁନେଇଁର ସେ ଛେନା ଚାନ୍ଦରେ

ଚିରିଥିବା ଚିଠି ଟୁକୁଡାରେ

ମୋ ମନର ପ୍ରତି ପାଖୁଡ଼ାରେ

ହୋଲିରସେ ରଙ୍ଗୀନ ମୁଁହରେ

ସାଥିଙ୍କ ର ଅଭୁଲା ସ୍ନେହରେ

ମୁଁ କିଏ ଆଜି ବି ଖୋଜୁଛି (5)


ନିଜ କୁ ମୁଁ ହଜେଇ ବସିଛି

ଝୋଟି ଚିତା ଘର ଅଗଣାରେ

ବାଡ଼ିରସେ ଜହ୍ନି କାକୁଡି ରେ

ଚାଳ ର ସେ ଛତୁର କଷି ରେ 

ଡ଼ଙ୍ଗା ଭସା, ବରଷା ପାଣିରେ

ଚାହା ଆଉ ପକଡି ବାସ୍ନାରେ

ମୁଁ କିଏ ଆଜି ବି ଖୋଜୁଛି (6)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍