STORYMIRROR

Bidyutprabha Gantayat

Others

3  

Bidyutprabha Gantayat

Others

ମୋ ଝର୍କାରୁ ଆକାଶ

ମୋ ଝର୍କାରୁ ଆକାଶ

1 min
12.6K


 ମୋ ଝର୍କାରୁ ଆକାଶ

ମେଘନୀଳ ଫ୍ରକ୍ ପିନ୍ଧା

ସ୍କୁଲ ଝିଅଟିଏ।

ଚଂଚଳ ପାଦରେ ଚାଲେ

ଆଖି ଭରା ସ୍ବପ୍ନ ନେଇ

ପାଦ ପ୍ରଦୀପରେ ଆଲୋକିତ

ରଙ୍ଗମଂଚର

ଆଲୁଅରେ ସ୍ନାନ ରଚେ।

ଝର୍କାର ଆକାଶକୁ ତୂଳୀ ସ୍ପର୍ଶ ଦେଲେ

ସୁନ୍ଦର ଛବି ଆଙ୍କି ହୁଏ

ବିଷର୍ଣ୍ଣ କୋଠରୀର

ନିଶବ୍ଦ ଚୌହଦୀରେ

ସୁନ୍ଦର ପଙ୍କ୍ତିଟିଏ ଛାଏଁ ଆସି

କାନ୍ଥରେ ଝୁଲିଯାଏ।

ବେଳେ ବେଳେ

କେଉଁ ଏକ ସ୍ମୃତିଲଗ୍ନା ବେଳେ

ଝର୍କା ଦେଇ ଚେନାଏ ଆକାଶ

ଦମକାଏ ପବନ ପିଠିରେ

ଘରସାରା ବିଞ୍ଚି ହୋଇପଡେ।

ଧୂଳି ଝାଡି ଆଲବମ

ଖେଳାଇ କହେ

ଏଇ ନିଅ ତୁମ ଫଟୋ

ଫୁଲଦାନୀର ହସକୁରୀ ଫୁଲଟିଏ ଚୁପ୍ ଚାପ୍ ହସୁଥାଏ।

ଡ଼ ବିଦ୍ୟୁତପ୍ରଭା ଗନ୍ତାୟତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍