STORYMIRROR

Bidyutprabha Gantayat

Others

3  

Bidyutprabha Gantayat

Others

ମୋ ଝର୍କାରୁ ଆକାଶ

ମୋ ଝର୍କାରୁ ଆକାଶ

1 min
13.3K


ମୋ ଝର୍କାରୁ ଆକାଶ

ମେଘ ନୀଳ ଫ୍ରକ୍ ପିନ୍ଧା

ସ୍କୁଲ ଝିଅ ଟିଏ।

ଚଂଚଳ ପାଦରେ ଚାଲେ

ଆଖି ଭରା ସ୍ଵପ୍ନ ନେଇ

ପାଦ ପ୍ରଦୀପରେ ଆଲୋକିତ

ରଙ୍ଗମଂଚର

ଆଲୁଅରେ ସ୍ନାନ ରଚେ।

ଝର୍କାର ଆକାଶକୁ ତୂଳୀ ସ୍ପର୍ଷ ଦେଲେ

ସୁନ୍ଦର ଛବି ଆଙ୍କି ହୁଏ

ବିଷର୍ଣ୍ଣ କୋଠରୀର

ନିଶବ୍ଦ ଚୌହଦୀରେ

ସୁନ୍ଦର ପଙ୍କ୍ତି ଟିଏ ଛାଏଁ ଆସି

କାନ୍ଥରେ ଝୁଲିଯାଏ।

ବେଳେ ବେଳେ

କେଉଁ ଏକ ସ୍ମୃତିଲଗ୍ନା ବେଳେ

ଝର୍କା ଦେଇ ଚେନାଏ ଆକାଶ

ଦମକାଏ ପବନ ପିଠିରେ

ଘରସାରା ବିଞ୍ଚି ହୋଇପଡେ।

ଧୂଳି ଝାଡି ଆଲବମ୍

ଖେଳାଇ କହେ

ଏଇ ନିଅ ତୁମ ଫଟୋ

ଫୁଲଦାନିର ହସକୁରୀ ଫୁଲଟିଏ ଚୁପ୍ ଚାପ୍ ହସୁଥାଏ।


Rate this content
Log in