STORYMIRROR

Preeti Snigdha Mohapatra

Others

3  

Preeti Snigdha Mohapatra

Others

ମୋ ଜଗା

ମୋ ଜଗା

1 min
32

ନୀଳାଚଳ ଧାମେ ମହୋଦଧି କୂଳେ, 

ବସିଅଛି ଯିଏ ପତିତପାବନ ବାନା ଉଡେଇ, 

ସେଇ ମୋ ଜଗା 


ଯାହା ଚକା ଆଖି ମୋତେ ରହିଛି ଚାହିଁ, 

ମନକୁ ମୋର ନେଉଛି ମୋହି, 

ସେଇ ମୋ ଜଗା 


କାନ୍ଦିଲେ ମୁଁ, 

ଲୁହ ଧାର ହୋଇ ମୋ ଆଖିରୁ ଯିଏ ଯାଉଛି ବୋହି, 

ସେଇ ମୋ ଜଗା 


କଥା କହିଲେ ମୁଁ, 

କାନ ଡେରି ଶୁଣୁଛି ଯିଏ, 

ସେଇ ମୋ ଜଗା 


ରାନ୍ଧି ଦେଲେ ମୁଁ, 

ଖାଇବାକୁ ଯିଏ ବିକଳ ହୁଏ, 

ସେଇ ମୋ ଜଗା


କାନି ମୋ ପାରିଦେଇ, ଗୀତ ଗୋବିନ୍ଦ ଶୁଣି, 

ନିଦ ମାଉସୀ କୁ ଯେ ଆଲିଙ୍ଗନ କରେ, 

ସେଇ ମୋ ଜଗା


ଗାଧୋଇ ଦେଲେ ମୁଁ, 

ଚୁଆ-ଚନ୍ଦନ ମାଖିବାକୁ ଯେ ମନ କରେ, 

ସେଇ ମୋ ଜଗା 


ସଜ ହେଲେ ମୁଁ, 

ଦେଖିବାକୁ ଯେ ଆତୁର ହୁଏ , 

ସେଇ ମୋ ଜଗା  


ବଡ଼ ଦେଉଳ ଯେବେ ନ ଯାଇପାରେ, 

ରତ୍ନବେଦିରେ ଯେ ମତେ ଜଗିରହେ, 

ସେଇ ମୋ ଜଗା 


ମୋ ନିଶ୍ୱାସ ରେ ମୋ ପ୍ରଶ୍ୱାସ ରେ, 

ମୋ ହୃଦୟର ପ୍ରତିଟି ସ୍ପନ୍ଦନ ରେ, 

ମୋ ଭକତି ରେ ମୋ ପୀରତି ରେ, 

ମୋ ଜୀବନର ପ୍ରତିଟି ମୁହୂର୍ତ ରେ, 

ସେଇ ମୋ ଜଗା


ମୋ ଭାଷା ମୋ ନିଶା ମୋ ପେସା, 

ମୋ ଶକ୍ତି ମୋ ଅସ୍ତିତ୍ବ ମୋ ଭରସା, 

ମୋ ହସ ଲୁହ ମୋ ଜୀବନ ନାଟିକା, 

ଶେଷେ ଏ ଆତ୍ମା ମିଶିବ ଯେଉଁ ପରମାତ୍ମା ରେ, 

ସେଇ ମୋ ଜଗା ।


Rate this content
Log in