ବର୍ଷା ରେ କାଳିଆ
ବର୍ଷା ରେ କାଳିଆ
ନୀଳ ଆକାଶେ ମେଘ ଗରଜେ,
ମନ ଭିତରେ ମୋ ସାହାନାଇ ବାଜେ!
ନବ ପଲ୍ଲବୀ ଉଠନ୍ତି କଅଁଳି
ମନ ମୋର ମଧୁବନ ସାଯେ !!
କଳା ମେଘ ଭରା ଆକାଶ,
ଦିଶେ ମୋ କାଳିଆ ସଦୃଶ !
ସୂର୍ଯ୍ୟ ଚନ୍ଦ୍ର ଯାହା ଚକା ଆଖି,
ଇନ୍ଦ୍ରଧନୁ ସାଜେ ଅଧର ହସ !!
ବିଜୁଳି ଆଲୋକ ଲାଗେ ତା ମହାଦୀପ,
ହରି ନିଏ ଯେ ସବୁ ଅନ୍ଧକାର ଓ ପାପ !
ଅଗଣିତ ବର୍ଷା ବୁନ୍ଦା ତାର ଭକତ ସୁଅ,
ହାତ ଟେକି ଯେ ଡାକନ୍ତି ହେ ମଣିମା ରଖ !!
ବର୍ଷା ଟୋପାରେ ମହକି ଉଠେ ଧରଣୀ,
ସତେକି ମୋ କାଳିଆ ସୁନା ସଜ ହେଲା ବାଷ୍ପ ଚନ୍ଦନ ଘେନି !
ବର୍ଷା ପାଣି ତା ପୁନ୍ୟ ନରେନ୍ଦ୍ର ଜଳ,
ବିଜୁଳି ଗର୍ଜନ ଘଣ୍ଟ- ଘଣ୍ଟି ଶଙ୍ଖ ଧ୍ୱନି !!
ମେଘ ଧାରା ଯେବେ ଦେହକୁ ଭିଜାଏ,
ଆତ୍ମା ମୋ ମହୋଦଧି ରେ
ବୁଡ଼ ପକାଏ!
ଧୀରେ -୨ କାନେ ଶ୍ରୀକ୍ଷେତ୍ର କଥା କୁହେ,
ପବନ ଯେବେ ପତିତପାବନ ବାନା ଉଡ଼ାଏ !!
ବର୍ଷା ଆଣିଦିଏ ଅନେକଙ୍କ ପାଇଁ ନୂତନ ଆଶା,
ପ୍ରତି ନବ ଜୀବନ ପାଇଁ ନୂଆ ଭରସା!
ଚାଷୀ ଟିଏ ହସି ଦିଏ ଯେବେ ତା ଫସଲ ପାଏ ପାଣି,
କବି ଟିଏ ହଜିଯାଏ ତା କଳ୍ପନା କୁ ଦେବ ନୂଆ ଭାଷା !!
ଲେଖି ଜାଣି ନାହିଁ ଲେଖି ବସିଛି ମୁହିଁ,
ଅବିରତ ଏହି ବର୍ଷା ଧାରା କୁ ଚାହିଁ !
ସତେ ଯେମିତି ବାହୁ ମେଲି ଡାକୁଛି ମୋତେ,
ଚାଲ ବୁଲି ଯିବୁ ନୀଳାଚଳ ତୁହି !!
ବର୍ଷା କାହା ପାଇଁ ଆନନ୍ଦ କାହା ପାଇଁ ଉଲ୍ଲାସ,
କାହା ପାଇଁ ପୁଣି ସେ ପ୍ରେମ ର ପ୍ରଥମ ପ୍ରୟାସ!
ମୋ ପାଇଁ ତ ଏ କଳା ମେଘ ମୋ କାଳିଆ ର ଆଭାସ,
ଅନ୍ତିମ କାଳେ ମିଶିବି ତା ଚରଣେ ଏହା ହିଁ ମୋ ବିଶ୍ୱାସ !!