STORYMIRROR

Preeti Snigdha Mohapatra

Others

4  

Preeti Snigdha Mohapatra

Others

ମା ସନ୍ତୋଷୀ 🙏

ମା ସନ୍ତୋଷୀ 🙏

1 min
263


ଜୟ ମା ସନ୍ତୋଷୀ,

ଜୟ ମା ତୁ ଜଗତଜନନୀ

ମମତାମୟୀ କରୁଣାଦାତ୍ରୀ 

ଜୟ ମା ଗଣେଶ ନନ୍ଦିନୀ !!1!!


ରାକ୍ଷୀପୂର୍ଣିମା ରେ ପ୍ରକଟି ଅଛୁ 

ଜଗତକୁ ରକ୍ଷା କରିବା ପାଇଁ

ଶୁଭ ଲାଭ ହୁଅନ୍ତି ପ୍ରାପତ

ମା ତୁ ବିରାଜୁ ଯହିଁ !!2!!


ନାଲି ବସ୍ତ୍ରେ ଶ୍ରୀଅଙ୍ଗ ଝଲସି ଉଠେ

ଗଳାରେ ଶୋଭା ପାଏ ପଦ୍ମ ହାର

ଅପୂର୍ବ ତୋ ରୂପ ମାଧୁରୀ

ସତେ କେଡ଼େ ମନୋହର !!3!!


ଶୁକ୍ରବାରେ ଘରେ ଘରେ ପାଉ ପୂଜା

ପ୍ରସନ ହୋଇଲେ ଭକ୍ତଙ୍କୁ ଅଭୟ ଦେଉ 

ଗୁଡ଼ ଚଣା ରେ ସନ୍ତୁଷ୍ଟ ହଉ ବୋଲି

ମର୍ତ୍ୟମଣ୍ଡଳେ ସନ୍ତୋଷୀ ବୋଲାଉ !!4!!


ଦୁଖୀ ରଙ୍କିଙ୍କ ସଙ୍କଟ ହରୁ

ଘୋର ବିପତ୍ତି ରୁ ଦେଇ ମୁକ୍ତି

ତୋହର ଶରଣ ଯାଏ ଯେଉଁ ପ୍ରାଣୀ

ପାଏ ସେହୁ ଧନ ଜନ ଅଚଳ ସମ୍ପତ୍ତି !!5!!


ନିଷ୍ଠାର ସହ ତୋତେ ପୂଜା କଲେ

ସକଳ ମନବାଞ୍ଛା ହୁଏ ପୁରଣ 

ରିଦ୍ଧି ସିଦ୍ଧି ସୁଖ ଶାନ୍ତି, ଲଭେ ନର

ତୋହରି ଅଭୟ ଶରଣ !!6!!


ପାପୀଙ୍କୁ ବିସ୍ମିତ କରେ ତୋ ଛବି 

ସତେ କି ଅଚଳ ମହାମେରୁ 

ଦାରୁ କୁ ତୁ ଦୁବ କରୁ ମା

ପୁଣି ଦୁବ କରୁ ଦାରୁ !!7!!


ଯେବେଠୁଁ ଏ ଶରୀର ପାଇଲି

ବୁଦ୍ଧି ହେଲା ମୋର ଜାତ

ତୋ ରୁପକୁ ହୃଦୟେ ସ୍ଥାପନ କରି

ଭାବିନେଲି ତତେ ମୋର ମାତ !!8!


ପ୍ରଚଣ୍ଡ ଶକ୍ତି ତୋହର ମା

ବଡ଼ ନିର୍ମଳ ତୋ କାୟା

ମୁହିଁ ହୀନ ମତି ତୋ ଶରଣ ପଶିଲି

ତୁଟାଇଦେ ସବୁ ମୋହ ମାୟା !!9!!


ମା ବୋଲି ଡାକିଚି ଯେବେ ତୋତେ

ସବୁ ସଙ୍କଟ ମୋର ଯାଇଛି ଦୂର ହୋଇ

ତୋ ଶ୍ରୀଚରଣେ ମୋର ଏତିକି ମିନତୀ

ପ୍ରାଣ ଥିବା ଯାଏ ଏ ଦେହେ ଧରିଥିବୁ ହାତ ତୁହି !!10!!


     

                 -





Rate this content
Log in