Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Preeti Snigdha Mohapatra

Others

3  

Preeti Snigdha Mohapatra

Others

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
14



ମାତା ତୁମର ଜଗତ ଜନନୀ, 

ପିତା ଅଟନ୍ତି ସୃଷ୍ଟିର ଆଦି ଅନ୍ତ !

ଅଗ୍ର ପୂଜ୍ୟ ତୁମେ ହେ ଗିରିଜାନନ୍ଦନ, 

ଚରଣେ ଆଶ୍ରିତ ତୁମ କୋଟି ଭକ୍ତ !!


ମାତୃ ଆଜ୍ଞା ପୂର୍ଣ୍ଣ କରିବାପାୟୀ, 

ପିତାର କ୍ରୋଧ- ଭାଜନ ହେଲ!

ନିଜ ଶିଶ ବଳି ଦେଇ ଗଜ ମୁଖ ଲଗାଇ,

ଗଜାନନ ପ୍ରଭୁ ନାମ ବହିଲ!!


କୋଟି ସୂର୍ଯ୍ୟ ପରି ତେଜ ତୁମର , 

ଅଜ୍ଞାନ-ଅନ୍ଧକାରକୁ ଦିଏ ଦୁରେଇ !

ସ୍ମରଣ କରି ଲୋକେ ନାମ ତୁମର, 

ସବୁ ବିପଦକୁ ଦିଅନ୍ତି ଆଡେଇ !!


ରିଦ୍ଧି ସିଦ୍ଧି ସାଙ୍ଗେ ସଦା କର ବାସ, 

ଶୁଭ ଲାଭ କରେ ଯେ ଭଯେ ତୁମକୁ !

ତୁମେ ବକ୍ରତୁଣ୍ଡ ତୁମେ ମହାକାୟ, 

ସ୍ମରିଲେ ଦୁଃଖ ନ ଆସେ ପାଖକୁ !!


ତୁମେ ଚତୁର୍ଭୁଜ ତୁମେ ଦୟାଵନ୍ତ , 

ମସ୍ତକରେ ଶୋଭା ପାଏ ସିନ୍ଦୁର !

ଫଳ ଫୁଲ ଦେଇ ଯେତେ ପୁଜିଲେ, 

ଲଡ଼ୁ ଉପରେ ଆଶାଟି ତୁମର !!


ଦିବ୍ୟ ତୁମ ରୂପ ଦିବ୍ୟ ତୁମ କୃପା, 

ତୁମ ଦୟା ଥିଲେ ମୂର୍ଖ ହୁଏ ଜ୍ଞାନୀ !

ବର ଯାଚି କ୍ଷଣକେ କରିଦିଅ, 

ଦରିଦ୍ର କୁ ତୁମେ ମହାଧନୀ !!


କରପତ୍ର ଯୋଡି ମୁହିଁ କରୁଛି ନିବେଦନ, 

ସକଳ ମଙ୍ଗଳ କର ତୁମେ ଶ୍ରୀ ଗଣେଶ !

ହରଷେ ରୁହନ୍ତୁ ସଭିଏଁ ମିଶି, 

ସବୁରି ବିଘ୍ନ ହେଉ ନାଶ !!


ବିଘ୍ନ ବିନାଶନ ଶ୍ରୀ ଗଜାନନ, 

ତୁମ ଚରଣେ ପ୍ରଭୁ କୋଟି ପ୍ରଣାମ !

ଅଜ୍ଞାନ ଅବୋଧ ମୁଁ ତୁମ ବାଳକ, 

ପୂର୍ଣ୍ଣ କର ମୋର ମନସ୍କାମ!!


Rate this content
Log in