STORYMIRROR

Preeti Snigdha Mohapatra

Others

3  

Preeti Snigdha Mohapatra

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
389


ଜୟ ଜୟ ଜଗନ୍ନାଥ,

ଜୟ ହରି ମୁରାରୀ !

ଜୟ ଭକ୍ତ-ବତ୍ସଳ ଭାବଗ୍ରାହୀ,

ଜୟ ତୁମେ ତ୍ରିପୁରାରି !!1!!


ଜୟ ତୁମ ରଥଯାତ୍ରା,

ଜୟ ତୁମ ନନ୍ଦିଘୋଷ!

ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ତୁମେ

ଜୟ ତୁମ ବିଶ୍ଵରୂପ !!2!!


ଜୟ ନୀଳାଚଳ ଧାମ,

ବିଜେ ଯହିଁ ଗିରି ଗୋବର୍ଦ୍ଧନ ଧାରୀ!

ଭାଇ ଭଉଣୀ ସଙ୍ଗେ ଅଛନ୍ତି,

ଜୟ ଲୀଳାମୟ ଲୀଳା ତୁମରି !!3!!


ଜୟ ତୁମ ନରେନ୍ଦ୍ର ପୋଖରୀ,

ଖେଳା କର ଜଗନ୍ମାତାକୁ ଧରି!

ପବିତ୍ର ସେ ନିର ଗଙ୍ଗାଜଳ ସମ,

ଜୟ କରୁଣାକର ହର ଦୁଃଖ ସବୁରି !!4!!


ଜୟ ମହୋଦଧି ତୁମ,

ବୁଡ଼ ପକେଇ ମିଳେ ପାପରୁ ମୁକ୍ତି!

ଲୋଟି ଯାଆନ୍ତି ଆନନ୍ଦେ ଭକତେ,

ଜୟ ବଡ଼ଦାଣ୍ଡ ଜୟ

ଶରଧା ବାଲି !!5!!


ଜୟ ତୁମ ପତିତପାବନ ବାନା,

ବଡ଼ ଦେଉଳେ ସେହି ବଡ଼ ନେତ!

ଅଜ୍ଞାନ ଅନ୍ଧକାର ଦୂର କରି ଦିଏ,

କୋଟି ସୂର୍ଯ୍ୟ ସମ ଜୟ ତୁମ ମହାଦୀପ !!6!!


ଜୟ ଅଧା ଗଢ଼ା ଦିଅଁ,

ପ୍ରିୟ ତୁମକୁ ଚନ୍ଦନ ତୁଳସୀ ମାଳ!

ଲକ୍ଷେ ଉଦର ଲଭନ୍ତି ତୃପ୍ତି ଆନନ୍ଦବଜାରେ,

ଜୟ ତୁମ ହାଣ୍ଡିଶାଳ !!7!!


ଜୟ ତୁମେ ବ୍ରହ୍ମଦାରୁ,

ତବ ଲୀଳା ଦେବଙ୍କୁ ଅଗୋଚର!

ଅଧମ ଅକ୍ଷମ ମୁହିଁ କିପରି ବର୍ଣ୍ଣିବି,

ଜୟ ବିଶାଳ ସ୍ୱରୂପ ତୁମର !!8!!


ଜୟ ଜୟ ପ୍ରଭୁ ଅନାଥର ନାଥ,

କରୁଣାସିନ୍ଧୁ କର ଭବ ସାଗରୁ ପାରି!

ଜଗତ ଠାକୁର ତୁମେ ସୃଷ୍ଟି ଲୟ ଛନ୍ଦ,

ଜୟ ଉତ୍କଳ ପ୍ରଦେଶ ଯହିଁ ଅଛ ଅବତରି !!9!!



Rate this content
Log in