STORYMIRROR

Satyanarayan Sahoo ( Nitu )

Others

3.5  

Satyanarayan Sahoo ( Nitu )

Others

ମୋ ଗାଆଁ

ମୋ ଗାଆଁ

1 min
9.5K


ସବୁ ଗାଆଁ ତ ଭଲ

ହେଲେ ନିଆରା ମୋ ଗାଆଁ ...

ମଧୁ- ମୂର୍ଚ୍ଛନାରେ ଅହରହ -

ମୋହ ସଲବଲ ll


ଯେତେ ଝଡ଼ ଆସୁ ପଛେ

ମୋ ଗାଆଁ ଆକାଶ -

ଭରସାର ଭରା ଥାଳୀ,

ନିତି ଚାନ୍ଦ ହସେ ଏଠି

ଶୁଭେ ନିତି ତାରାଙ୍କ କାକଳି ll


ଯେତେ ବଡ ବନ୍ୟା ଆସୁ

ମୋ ଗାଁ ପାଟ ନଈ -

ବଡ଼ ଅଝଟେଇ , ଅଳସୀ ଫୁଲେଇ ,

ସେଇମିତି ସବୁଦିନେ ପାଦ ଛନ୍ଦୁଥିବ -

ତାଥେଇ.... ତାଥେଇ..... ll


ଅସହ୍ଯ ମରୁଡ଼ି ପଛେ -

ଘାଲି ଦେଉ ଦୁନିଆର ଛାତି....

ମୋ ଗାଆଁ ଗହୀର ବସୁଧା -

ସବୁବେଳେ ଅନୂଢ଼ା ରୂପସୀ

ସଜ-ରୂତୁମତୀ ,

ସୃଜନର ଶହେ ବର୍ଣ୍ଣ ମାଖି

ନିତି ବାଢୁଥାଏ ପରିପୂର୍ଣ୍ଣ ତୃପ୍ତି ll

............ 0.........


ସତ୍ୟନାରାୟଣ ସାହୁ ( ନୀତୁ )

ଛତ୍ରଙ୍ଗ, ବୌଦ୍ଧ

ଦୂରଭାଷ _ 6371030309



Rate this content
Log in