STORYMIRROR

Kamal Kumar Dash

Others

2  

Kamal Kumar Dash

Others

ମନକଥା

ମନକଥା

1 min
13.9K



ମନ ଖୋଜୁଥାଏ ମନ ଟେ ସବୁଠି

କହିବାକୁ ମନ କଥା

ମନ ଲାଖି ମନ ମିଳି ଗଲେ ସାଥୀ

କମି ଯାଏ ମନ ବ୍ୟଥା (1)

ନଦୀ ଖୋଜିବୁଲେ ସାଗର ହୃଦୟ

ମିଶି ଥରେ ହଜିବାକୁ

ମୟୁର ଖୋଜଇ ମେଘର ମହ୍ଲାର

ନାଚି ନାଚି ଭିଜି ବାକୁ (2)

ଫୁଲ ଖୋଜୁ ଥାଏ ଭ୍ରମର ଚୁମ୍ବନ

ପ୍ରୀତି ଚାହେଁ ସାଥିଟିଏ

କୁମୁଦିନୀ ଚାହେଁ ସୁରୁଜ ପରଶ

ଗୀତ ଚାହେଁ ତାଳ ଟିଏ (3)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍