STORYMIRROR

Hiradhar Gahir

Others

3  

Hiradhar Gahir

Others

ମନେ ପଡେ ତାଙ୍କ କଥା

ମନେ ପଡେ ତାଙ୍କ କଥା

1 min
187

  

ବିଶ୍ଵର ବିନ୍ଧାଣୀ ତୁମେ 

  ଆହେ ବିଶ୍ଵକର୍ମା 

ବିଚିତ୍ର ସୃଷ୍ଟି ଭାବନା

 ଆହେ ଯୋଗଜନ୍ମା 


ଦ୍ୱାରିକା ହସ୍ତିନା ଗଢା

  ଆଉ ଇନ୍ଦ୍ରପ୍ରସ୍ଥ 

ତୁମ କାରୁ କାର୍ଯ୍ୟସଦା 

  ହୁଏ ନତ ମସ୍ତ 


କି ସୁନ୍ଦର ସୃଷ୍ଟି ତୁମ

 କେଡେ ମନ ଲୋଭା 

ଦିନେ ସୂର୍ଯ୍ୟ ରାତି ଜହ୍ନ 

 ଦିଶେ କେଡେ ଶୋଭା 


ବନ ଉପବନ ପୁଣି 

 ସମୁଦ୍ର ଯେ ତଟ 

ପାହାଡ ପର୍ବତମାନ 

  ପୃଥିବୀ ମକୁଟ 


ନଈ ନାଳ ଝରଣା ଯେ 

  ବହେ ଖଲ ଖଲ 

ମୃଦୁ ମଳୟ ଯେ ଛୁଏ 

  ହସି ମୁଲ ମୁଲ 


ପୁଷ୍ପେ ସୁଗନ୍ଧ ଭରିଛ 

  ପୁଣି ରସ ମଧୁ 

ବନ୍ଧୁ ବାନ୍ଧବ ସମ୍ପର୍କ 

  ଝରେ କୃପା ସିନ୍ଧୁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍