Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

2  

KUMUDA CHANDRA DALEI

ମମତାମୟୀ

ମମତାମୟୀ

1 min
6.9K


ଜନନୀ ଜନମ ଭୂମି

ମମତାମୟୀ ମାଆ

ଯେତେ ଯାହା ଭୁଲ କଲେ

ସଭିଁଙ୍କୁ କରଇ କ୍ଷମା lol

ତା ଛାତିକୁ ଖୋଳି ତାଡି

ତୋଳିଛୁ ଆମରି ବାସ

ତା ବୁକୁକୁ ଚିରି ଆମେ

ଉତ୍ପାଦିତ କରୁ ଶସ୍ୟ l

ନଭଶ୍ଚୁମ୍ବୀ ଅଟ୍ଟାଳିକା

ଗଢିଛୁ ତା ଛାତି ପରେ

ଗଗନ ଭେଦି ପାଦପ

ଠିଆ ହୋଇଛନ୍ତି ଧୀରେ l

ଓଜନର ଭାର ବହି

ବିଚଳିତ ନୁହେଁ ଜମା l1l

ପଚାସଢ଼ା ମଳ ମୂତ୍ର

ଭାରି ଆଦର ତାହାର

ପ୍ରତି ବଦଳରେ ଦିଏ

ଶସ୍ୟରେ ଭାରି ଆହାର

ଦଶ ମାସ ସିନା ସିଏ

ଗରଭେ ଧରିନି କାରେ

ଯଶୋଦା ପରି ପାଳଇ

ଯେତେ ପ୍ରାଣୀ ଏ ଧରାରେ

ସଭିଙ୍କ ଅଳି ଅର୍ଦ୍ଦଳୀ

ମୁଣ୍ଡ ପାତି ସହେ ସିନା l2l

ଜଗତର ହିତ ପାଇଁ

ଗରଭେ ଧରିଛି ଧନ

ରୁଧିର ପରାଏ ଜଳ

ଜୀବ ଜଗତ ଜୀବନ

ତାର ଅସ୍ତି ମଜ୍ଜା ପୁରି

ରହିଛି ଅପାର ଶକ୍ତି

ସମୂହ ଜୀବ ଜଗତ

ଶୋଷଣ କରନ୍ତି ନିତି

ଏତେ ଶକ୍ତି ଥାଇ ସୁଦ୍ଧା

ଗର୍ବରେ ଟପିନି ସୀମା l3 l

ତା ସହିଷ୍ଣୁ ଗୁଣ ଆଗେ

ସଭିଏଁ ନଇଁଲେ ମଥା

ସମୀର ଚାମର ଧରି

ହାରିଲା ତା ତନୁ ବ୍ୟଥା

ସୂରୁଯ ଢାଳିଲେ କର

ଦିବସ କରିଲେ ଦୀପ୍ତି

ନିଶିରେ ଶଶୀ ବୁଣିଲେ

ଶୀତଳ ଧବଳ ଜ୍ୟୋତି

ଆମ୍ବୁଦ ସଞ୍ଚିଲେ ଜଳ

ଜଗତେ ପୂଜିଲେ ଶାନ୍ତି l4l


Rate this content
Log in