STORYMIRROR

Muralidhar Shika

Others

3  

Muralidhar Shika

Others

ମହୁଲର ଆସ

ମହୁଲର ଆସ

1 min
244


ପୁଟ ପୁଟ କରି ବେଟମି ବଲି

ଚାଷି କରିଛେ ଆସ।

ମହୁଲ ବୁବରି ଠକି ଦେଉଛେ

ପକେଇ ଦେଉଛେ ଫାସ। ।

ମହୁଲ ଦର ଦାମ ସୁନବ କାଣା

ବୁଡି ଜୀବାନ ଚେତା।

ଦସ ବାରଥି ରହି ଜାଉଛେ

ନାଇନ ଆରୁ ପତା।।

ବେପାରି ବଲୁଛେ ନାଇନ ଦର

ଦେବୁ ବେଲେ ଗା ଦେ।

ନାଇ ହେଲେତ ତୋର ମହୁଲ

ଇଠାନୁ ତୁଇ ଗା ନେ।।

କିନ୍ଦିର ମରଲି ଚାଷି ମଲା

କାଏ କରବା ଆରୁ।

ମହୁଲ ବେଟି କାଏଜେ ଜିବା

ହେଇ ଗଲାଗା ଅପାରୁ।।

ତମେ ହେଲେହୋ ସୁନ ସରକାର

ଚାଷିକେ ଟିକେ ଦେଖ।

ଦର ଦାମ କେ ବୁଡେଇ ଦେଇ

କେନନ ପାଉଛ ସୁଖ।।

ମହୁଲ ଚାଆର ଟୋଲ କୋନ୍ଦୁ

ଇଟା ଚାଷିର ଆସ ।

ପତର ତୁଲାକେ ଆସେରେ କରି

ଗାଡିଛେ ଘର ବାସ।।

କୁୁତୁର୍ଲା. ଲରମ୍ଭା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍