କେନ୍ ନ ଲୁକି ରହେଲା
କେନ୍ ନ ଲୁକି ରହେଲା
1 min
549
କାହି ଗଲା ସେ ନାକର ଗୁନା
ବେକର୍ ଖଗଲା ଟାଆଁଣ ବାହା ସୂତା
ଆଇ ବୁଢୀର କଁରାଟ୍,
କେନ୍ ମସାନ କୁଦାନ ପଡିଛେ
କି କେନ୍ ମାହାଜନର ବାକସ୍ ଥୀ
ଲୁଗିଛେ ।
ନାଇ ବାହାରତା ଘାଏ
ବେକେ କାନେ ଅଁଟେହାତେ
ଖଞ୍ଝି ହେତା
ମନ୍ ଟିକେ ହାଏ ଲାଗତା
ଛାଡି ଜାଏତା ଉରଘା ବଥା ।।
କାହି ଗଲାସେ ଢୁଲିଆ ଖୁସା
ଗୁରୁର, ତିତେର, ଚଁପା
ଗାଏ ବଲଦ୍ ପୁସା ।
କାହିଗଲା ସେ ହୁମୋ ବଉଲି
ଝୋର୍, ଗୁଡୁ ଆରୁ କେଲି
ନାଇ ଆଏତା ଘାଏ ।
ହଁସାତା ମନ୍ ମୁହିତ
ଫେର ଘାଏ ପଛେ ପଲା
କାହିଗଲା ସେ ଘରର୍ ଚଁଟିଆ କୁଆ
ଆରୁ ମିଟୁ ଗୁନଚା ମୁସା ।।
କାହି ଗଲା
କେନ୍ ନ ଗୁପି ଗଲା
ଆରୁ ଆମକୁ କରିଛେ ଏକଲା
ଆମକୁ କରିଛେ ଏକଲା ।।
ମୁରଲୀ ଶିକା
କୁୁତୁର୍ଲା,ଲରମ୍ଭା
ପାଟଣାଗଡ଼,ବଲାଙ୍ଗିର
