STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ମାତୃ ଦିବସରେ

ମାତୃ ଦିବସରେ

1 min
238


ମୋ ମାଆ ର କଥା କି କହି ପାରିବି

ସେ ଜଗତ ଜିତା ଆମ ପାଳନ କର୍ତ୍ତା ଆମ ରକ୍ଷା କର୍ତ୍ତା

ତା ଗୁଣ କୁ କେ ହେବ ସରି

ତା ବୁଦ୍ଧିକୁ କିଏ ହେବ ସରି ।


ମାଆ ଯେ ଅନ୍ୟ କୁ ହସାଏ

ନିଜେ ଲୁହ ପିଇ ସଭିଙ୍କୁ ହସାଏ

ମାଆ ନିଜେ ନଖାଇ ତା ପେଟରେ ଓଦାକନା ପକାଇ

ଆମ ସମସ୍ତଙ୍କର ସେ ମନ ବୁଝାଇ

ଶ୍ରଦ୍ଧାରେ ସଭିଙ୍କୁ ପରଷେ 

ମୋ ମାଆ ମୋ ମାଆ ମୋ ମା ।


ଜେ ନିଜେ ଲୁଗା ଖଣ୍ଡେ ନ ପିନ୍ଧି

ଅନ୍ୟକୁ ପିନ୍ଧାଇ କାହା ଖୁସି ପାଇଁ

ଯେ ନିଜ ଖୁସି ଛାଡି ଦେଇ

ସିଏ ମୋ ମାଆ ମାଆ ସେ ମୋ ମା ।


ସେ ଛନ୍ଦ କି କପଟ ନଜାଣି 

ଶାଶୁ ଘର କଥା ଧରେନି

କାହାକୁ ଅସମ୍ମାନ କରିନି

ସେ ମୋ ମା ସେ ମୋ ମା ।


ଘର ଜଞ୍ଜାଳ ବୋଲି କେବେ କହିନି

କାହାକୁ ଅମାନ୍ୟ କି ଅସମ୍ମାନ କରିନି

ସିଏ ମୋ ମାଆ ସେ ମୋ ମା

ଗୋ ସେବା ଠାରୁ ବୄକ୍ଷସେବା

ଶାସ୍ତ୍ର ଷଷୁର ସେବାରେ ସେବାରେ ।


କାହାରିକୁ ଘୄଣା କେବେ କରିନି

ସିଏ ମୋ ମାଆ ସେ ମୋ ମାଆ

ଅସୁସ୍ଥ ଥିଲେ ବି କାହାକୁ କୁହେନି

ସତେ ଯେପରି ସେ ହସ୍ତିନୀ ।


ସକାଳୁ ସକାଳୁ ଘରୁ ଉଠିବା

ପର୍ବପର୍ବାଣୀରେ ପିଠା ଖୁଆଇବା

ଆଜିଯାଏଁ ସିଏ ଭୁଲିନି 

ଚଉଁରା ମୁଳରେ ଦୀପ ଜାଳିବା

ଆଜି ଯାଏଁ ସେ କିଛି ଭୁଲିନି

ସିଏ ମୋ ମାଆ ସିଏ ମୋ ମାଆ।

 


Rate this content
Log in