STORYMIRROR

Sunanda Mohanty

Others

3  

Sunanda Mohanty

Others

ମାନସିକତା

ମାନସିକତା

1 min
26



ଯେତେ ଯାହା କଲେ କଣ ହେବ 

ଡରରେ ହେଉ ବା ହିଂସାରେ ହେଉ 

ଅମାନବୀୟତା ରହିଛି ରହିବ

ଡରର ଉଦାହରଣ ସେଇ ଗାଁ 

କରୋନାରେ ଭଲ ହେଲାପରେ 

ମିଳୁନି ନିଜ ଗାଁରେ ନିଜ ଠିକଣା ନାଆଁ 

ରୋଗକୁ ଘୃଣା ରୋଗୀକୁ ନୁହେଁ 

ଏକଥା ନାମାନି ହେଲେ ଅମାନିଆ 

କେମିତି ସମେସ୍ତେ ବଂଚିବା କୁହ 

ଦୁସ୍ଥ ଚିନ୍ତାଧାରା କାହିଁକି କାହାର ହୁଏ 

ସଂକ୍ରମିତ କରିବାକୁ ଗୋଡେଇ ଛୁଏଁ 

ଦେଖି ଶୁଣି ମନ ଲାଗୁନାହିଁ ଆଉ 

ପଶୁଠୁ ଶିଖିବା ଦୃଷ୍ଟାନ୍ତ ଅନେକ ରହୁ 

ଅମାନିଆ ଅବା ଅମାନବିକତାକୁ 

ସରକାର କଣ କରିବେ ଆଉ 

ରୁଗ୍ଣ ବଦଳେ ସୁସ୍ଥ ନିରାମୟ ସବୁ ହେଉ.



Rate this content
Log in