ମାନପତ୍ର କଲା ବାଇ
ମାନପତ୍ର କଲା ବାଇ
ମାନପତ୍ର କଲା ବାଇ ରେ ମନୁଆ
ମାନପତ୍ର କଲା ବାଇ
ମାନପତ୍ର ପାଇଁ ମୋ କବିତା ଲେଖା,
ଲେଖା ନଜାଣଇ ମୁହିଁ ॥
କବିତା ଲେଖଇ ଚୋରି କରି ମୁଁ ଯେ
ମାନପତ୍ର ପାଇବାକୁ
ଟଙ୍କା ଦେଇ ମାନପତ୍ର ମୁଁ କିଣିବି
ଫେସବୁକରେ ଟାଙ୍ଗିବାକୁ ॥
ଯୋଗ୍ୟ ମାନେ ସବୁ ହେଲେଣି ଅଯୋଗ୍ୟ
ପାଇବାକୁ ମାନପତ୍ର
କିଣାବିକା ଚାଲେ ମାନପତ୍ର ଏଠି
ଟଙ୍କା କେଇଟାରେ ମାତ୍ର ॥
ସାହିତ୍ୟକୁ ପୁଣି କଳାବଜାରୀଟା
ଗଲାଣି ତ ପୁରା ଖାଇ
ସମ୍ମାନ ନମିଳେ ପ୍ରକୃତ କବିକୁ
ଅଯୋଗ୍ୟରେ ଆମେ ବାଇ ॥
ଅଣସାହିତ୍ୟିରୁ ସାହିତ୍ୟିକ ହେଲି
ମାନପତ୍ର ନେଲି ହାତେଇ
ସାହିତ୍ୟିକ ବୋଲି ବାହାସ୍ଫୋଟ ନେଇ
ମାନପତ୍ର ହେଲି ଦେଖେଇ ॥
କାହାକୁ କହିବା କିଏ ସେ ଶୁଣିବ
ଏହା ତ ଲଜ୍ଜ୍ୟାର କଥା
ସାହିତ୍ୟେ କଳଙ୍କ ଏହି ଗୋଷ୍ଠୀ ସଦା
ଏହା ନୁହଁଇ ଅନ୍ୟଥା ॥
ଏତିକି କାମନା କରୁଛି ଅଧମ
ସାହିତ୍ୟକୁ ଭଲପାଅ
ସମାଜର ହିତ ନିମନ୍ତେ ସାହିତ୍ୟ
ଅହିତ ଦୂରେଇ ଦିଅ ॥