STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ମାଧବୀ

ମାଧବୀ

1 min
2.6K


ମଦମତ୍ତ ପ୍ରାୟ ଉନ୍ମତ୍ତେ ଅଥୟ,

ମଦନବିହ୍ବଳ ମନ,

ମତିଭ୍ରଷ୍ଟ କଲା ବିରହର ଜ୍ବାଳା,

ମତ୍ତଭୃଙ୍ଗ ସମ ମନ ।


ମଦନ ଯନ୍ତ୍ରଣା ଅସହ୍ୟ ବେଦନା,

ମଦନବାଇର ଜ୍ବର,

ମଧୁଜୀବ ଯେହ୍ନେ ମୃଦୁ ଗୁଞ୍ଜରଣେ,

ମନ୍ଥନ ମଧୁ ପୁଷ୍ପର ।


ମର୍ମାହତ ହୃଦେ ସିଞ୍ଚି ପ୍ରେମାମୃତେ,

ମନୋପୀଡା ଦୂର କର,

ମାନିନୀ କାମିନୀ ମୋ ହୃଦୟ ରାଣୀ,

ମନୋବାଞ୍ଛା ପୂର୍ଣ୍ଣ କର।


( ଉଷାରାଣୀ ପଣ୍ଡା )



Rate this content
Log in