Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Others

3  

Sunanda Mohanty

Others

ମାଆ

ମାଆ

1 min
179



ମାଆ ବୋଲି ଯେଉଁ ଦୁଇଟି ଅକ୍ଷର

ତୁଳନା ଆସିବ କେଉଁଠୁ

ଅନ୍ଧର ଲଉଡି କାଲା ଆଶାବାଡି

ଆରମ୍ଭ ଜେଉଁଠୁ ସେଇଠୁ

ପ୍ରଥମ ସ୍ପର୍ଶ ମାଆର ପଣତ ବୋଲାଏ

ନୀଳଚକ୍ର ନେତ କେବେଠୁ

ମାଆ ଡାକ ଅଟେ ମଧୁର ଅମୃତ ସମ

ରଖ ନାରାୟଣ ଡାକେ ମିଠୁ

ମାଆ ସହେ ଅଳି ଅର୍ଦ୍ଦଳି ସନ୍ତାନର

ମାଆ ହେଲା ନାରୀ ଯେବେଠୁ

ପଦ୍ମ ପତରରେ ଢଳଢଳ ଜଳ ସିନା

ମାଆର ମମତା ବଡ ଆକାଶଠୁ

ମାଆ ସ୍ନେହ ଗନ୍ତାଘର ଅସରନ୍ତି ଭଣ୍ଡାର

ପାଇବା ଆଉ କେଉଁଠୁ

ସକାଳୁ ସନ୍ଧ୍ୟା ଯାଏଁ ମାଆ କାମ କରୁଥାଏ

ବେସର ବଟା ପିଠା ଗଇଁଠା

ସଭିଙ୍କୁ କରି ଆଦର ପେଟ ବୁଝେ ଦୁଃଖିର

ମାଆ ରନ୍ଧା ସୁଆଦ ଖଟା କି ମିଠା



Rate this content
Log in