STORYMIRROR

Kamal Kumar Dash

Others

3  

Kamal Kumar Dash

Others

ମା ର ମମତା

ମା ର ମମତା

1 min
13.7K


ନିତି ଦିନ ଯିଏ ବଳିତା ଜାଳଇ

ତୁଳସୀ ଚଉରା ମୂଳେ

ମନାସଇ କୋଟି ଦେବତା ମୋ ପାଇଁ

ପ୍ରଦୋଷ ଓ ପ୍ରଭାତରେ (1)

ଫେରିବାକୁ କେବେ ଡେରି ହେଲେ ଘରେ

ବସେ ଦୁଆର ମୁଁହରେ

ନ ଖାଇ ନ ପିଇ ବାଟ ରହେ ଚାହିଁ

ଫେରିଲା ଯାଏଁ ତ ଘରେ (2)

ଘରେ ପସୁ ପସୁ ଭାତ ବାଢି ଦେଇ

କାରଣ ବସେ ପଚାରି

କେବେ ହସି ହସି ଉପଦେଶ ଦିଏ

କେବେ ଫୁଣି ରାଗି ଯାଇ (3)

ଧନ୍ୟ ରେ ପୁଅ ତୁ ମାଆ ମୁଁ ତୋହର

ଧନ୍ୟ ହେଲି ପାଇ ତୋତେ

ମରିଗଲେ ମୁଁହିଁ କେତେ ହଇରାଣ

ନ ହେବ ତୁମେରେ ସତେ (4)

ଦୂରରୁ ଫେରିଲେ ଖୁସିରେ କାନ୍ଦେସେ

ମୁଣ୍ଡକୁ ଆଉଁସି ଦେଇ

ଵଡି ଶାଗ ଭାଜି ଭାତ ବାଢି ଦିଏ

ହାତରେ ଦିଏ ଖୁଆଇ (5)

କେହି ସାଙ୍ଗ କେବେ ଘରକୁ ଆସିଲେ

ଅନେକସେ ହୁଏ ଖୁସି

ଭୁଲି ଯାଏ ତାର ନିଜ ଘର କଥା

ମୋ ମାଆ ପାଖରେ ବସି (6)

ଦେଖା ହେଲେ କେବେ ତାଙ୍କ ସାଙ୍ଗେ ମୋର

ଝୁରନ୍ତି ତା କଥା କହି

ତା ସ୍ନେହ ମମତା ଯେ ପାଇଛି ଥରେ

ସେ ଭୁଲି ପରିବ ନାହିଁ (7)

ଭାରି ଏକା ଏକା ଖାଲି ଖାଲି ଲାଗେ

ଗାଁ ଘର ବାଡ଼ି ଦୁଆର

ତାକୁ ନଦେଖିଲେ କାହିଁକି କେଜାଣି

ଲାଗେ ମତେ ଭାରି ଡର (8)

ଦୂର ପ୍ରବାସରେ ଯାର ଛବି ମୋର

ବେଶୀ ଥର ମନେ ପଡେ

ତା ସ୍ନେହ ମମତା ମନେ ପଡ଼ିଲେ ମୋ

ନୟନ ଲୋତକେ ପୁରେ (9)

ସେହି ମୋ ଜନନୀ ଜୀବନୁ ଅଧିକ

ଯା ପାଦ ଧୂଳି ମୋ ପାଇଁ

ଉପକାର ଯାର ସାରା ଜୀବନରେ

କେବେ ଶୁଝି ହେବ ନାହିଁ (10)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍