STORYMIRROR

Narmada Sahu

Others

3  

Narmada Sahu

Others

ଲୁଙ୍ଗୀ

ଲୁଙ୍ଗୀ

1 min
13.1K


ସିଝା ଅଣ୍ଡା

ଚୋପା ଛଡେଇ

ମଝିରୁ କାଟି ଆଣିବାକୁ

କୁହେନି ମୁଁ...

ସେ ଆଣନ୍ତି

ପ୍ରତି ବୁଧ ଆଉ ଶନିବାର

ଭଗବତୀ ହାଟ ବାରଦିନ..

ଛିଞ୍ଚି ଦେଇଥା'ନ୍ତି

ଟିକେ ଲୁଣ..ମରିଚ ଗୁଣ୍ଡ

ସ୍ଵାଦ ପାଇଁ....

ଆକ୍ତାମାକ୍ତା ଶସ୍ତା ଫଟା

ମୁହଁ ସିଲେଇ ଲୁଙ୍ଗୀରେ

ଖୋସାରେ କାଗଜରେ

ଗୁଡା ହେଇଥାଏ

ମୋର ଖୁବ୍ ଆପଣାର ଏ ଚିଜ....

ଧିରେ ତଳ ବାରିକୁ

ଡାକନ୍ତି ଆଉ

ସେପାଖ ଏପାଖ ଚାହିଁ

ଗୁଞ୍ଜି ଦିଅନ୍ତି ମୋ ହାତରେ

ଜଲିଦି ଖା’...

ମୁଁ ଗାଁ ଉ କରି ଗିଳିବା ବେଳେ

ପଚାରିବାକୁ ଭୁଲିଯାଏ

ବାପା'ତମେ ଖାଇ ନ'ଥା'ନ୍ତ????

ପରିବା ବ୍ୟାଗ୍ ତଳ ଛୁଉଁ ଥାଏ ପରିବା

ପାନ ଗୁଆ ଗୁଡାଖୁ ନଥାଏ ବୋଉର....

ହେଲେ....ଅଣ୍ଡା କବଲ।....

ଆଜି

ମୋ ପୁଳାଏ ଦରମା ପାଖରେ

ବାପା...ଦିନ ମଜୁରିଆ...

ଗଣି ଗଣି ବଢାଏ ମୁଁ

ଶହେ କି ଦି.'ଶହ..

ଅତି ବେଶିରେ ତିନି ଶହ...

ଏତେ ଟଙ୍କା ତମର ହବ କଣ???

ଗଲା ମାସର ଭତ୍ତା ତିନି ଶହ ଥିବ..

ହିସାବ ରଖି ଚଳିଲେ

ଉଚ୍ଚକୁ ଉଠିବୁ

ବାପାଙ୍କ କଥା ମୁଁ ମାନିଛି...

ପ୍ରତି ମାସ ହିସାବ

ମୁଁ ନିଶ୍ଚୟ ମାଗୁଛି....

ବାପାଙ୍କ ମୁହଁ ସିଲେଇ ଲୁଙ୍ଗୀରେ

ସାତ ସିଆଁ ତାଳି

ସେବେ ଥିଲା...ଏବେ ବି ସେମିତି ଅଛି.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍