Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

DILIP KUMAR SAHOO

Others

4.9  

DILIP KUMAR SAHOO

Others

କ୍ଷିତିକି ଭିତ୍ତି ହେଲା ପ୍ରବଳ

କ୍ଷିତିକି ଭିତ୍ତି ହେଲା ପ୍ରବଳ

1 min
321



   କ୍ଷିତିକି ଭିତ୍ତି ହେଲା ପ୍ରବଳ

  ଯଉତୁକ ପାଇଁ ଜଳାଇ ଜାୟାକୁ

   ପତି ପାଲଟୁଛି ଧନ କାଙ୍ଗାଳ

   କ୍ଷିତିକି ଭିତ୍ତି ହେଲା ପ୍ରବଳ...।


    ପେଟରୁ ଭୃଣକୁ କରି ଚିହ୍ନଟ

    କନ୍ୟା ଭୃଣକୁତ କରନ୍ତି ନଷ୍ଟ

    ପୁଅଟିଏ ପାଇଁ ମାଆର ରକତେ

    ପରିବାର ଲୋକେ ଖେଳନ୍ତି ଖେଳ

     କ୍ଷିତିକି ଭିତ୍ତି ହେଲା ପ୍ରବଳ...।


     ଝିଅବୋହୂଙ୍କର ଇଜ୍ଜତ ଲୁଟି

     ଥୋକାଏ ଚାଲନ୍ତି ଫୁଲେଇ ଛାତି

    ନିଜ ମାଆ ନିଜ ଭଉଣୀଙ୍କ କଥା

     ଭାବିବାକୁ ତାଙ୍କ ନଥାଏ ବେଳ

      କ୍ଷିତିକି ଭିତ୍ତି ହେଲା ପ୍ରବଳ...।


     ଗାଁଆରୁ ସହର ଭାସୁଛି ନିଶା

     ନିଶା ପାଇଁ ଦେଖ ନାରୀଙ୍କ ଦଶା

   ଘରଲୋକ ହେଲେ ମଦୁଆ ମାତାଲ

      ଘରଣୀଙ୍କ ଏଣେ ଫାଟେ କପାଳ

      କ୍ଷିତିକି ଭିତ୍ତି ହେଲା ପ୍ରବଳ....।


     ସୁରକ୍ଷିତ ଯହିଁ ନୁହଁଇ ନାରୀ

     ଅସୁରକ୍ଷିତ ତ ପେଟରୁ ପରୀ

    ଚାଲିବନି ଅଖ ଗଡିବନି ଚକ  

     ଅମା ଅନ୍ଧକାର ହେବ ବହଳ

     କ୍ଷିତିକି ଭିତ୍ତି ହେଲା ପ୍ରବଳ ....।



Rate this content
Log in