Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

3  

DILIP KUMAR SAHOO

Others

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
371


ଭାରତୀୟ ବୋଲି ଗରବ କରୁଛେ

ଜୀବନକୁ ଆମ ମଣୁଛେ ଧନ୍ୟ

ଅଧିକାର ପ୍ରତି ସଚେତନ ହୋଇ

କର୍ତ୍ତବ୍ୟ ପ୍ରତି ତ ଦେଉନୁ ଧ୍ୟାନ ।


ଚଉକି ପାଇଁକି ଚଉକି ଟାଣୁଛୁ

ପର ସୁଖ ଆମେ ପାରୁନୁ ସହି

ପର ପଇସା ରେ ତେଲ କିଣି ଆମେ

ଦୀପ ଜାଳୁ ଆମ ମଙ୍ଗଳ ପାଇଁ ।


ସରକାରୀ ଜାଗା ମାଡି ବସି ଆମେ

ନିଶରେ ଆମର ମାରୁଛୁ ତେଲ

ସରକାରୀ ମାଲ୍ ଦରିଆକି ଡାଲ୍

ମାରିମୁରି ଆମେ କରୁ ବୋବାଲ୍ ।


ଚାକିରୀ କରିଲେ ଉପୁରି ଖୋଜୁଛୁ

ରାଜନୀତି କଲେ ମାଗୁଛୁ ବଟି

ମହୁକା ମିଳଲେ ଠାକୁର ଖାଇତ

ଖଟୁଲିକୁ ଆମେ ଦେଉଛୁ ଚାଟି ।


ଆମର କେଉଁଠି ଉଣା ହୋଇଗଲେ

ବନ୍ଦ ଧର୍ମଘଟ ରାସ୍ତାକୁ ରୋକୁ

ବିଚାରା ନିରୀହ ଲୋକଙ୍କ ହିନସ୍ତା

ଖିଲିଖିଲି ହସି ଆମେତ ଦେଖୁ ।


ସ୍ଵଚ୍ଛ ଭାରତର କାହାଣୀ ବଖାଣୁ

ଘର ଆଗେ ଆମ ମଇଳା ଗଦା

ପରିବେଶ ପାଇଁ କୁମ୍ଭୀର କାନ୍ଦଣା

ବଣ ଜଙ୍ଗଲକୁ କରୁଛୁ ପଦା ।


ନିଜ କର୍ତ୍ତବ୍ୟରେ ହେଳା କରେ ଯିଏ

ଆଜି ନହେଲେ ବି କାଲି ସେ କାନ୍ଦେ

ଚକି ଗୁଡ ଯାଏ କହୁଣୀକୁ ବହି

ତୁଛାଟାରେ ନିଜ ଭାଗ୍ୟକୁ ନିନ୍ଦେ ।



Rate this content
Log in