କରୋଣା ଓଅନ୍ ଲାଇନ୍ ପାଠ
କରୋଣା ଓଅନ୍ ଲାଇନ୍ ପାଠ


କରୋଣା ଡରରେ ପାଠଶାଳା ସବୁ
ଦେଶ ସାରା ବନ୍ଦ ରହିଛି
କେଜି ଠାରୁ ଏବେ ପିଜି ଯାଏ ନିତି
ଅନ୍ ଲାଇନ୍ ପଢା ଚାଲିଛି ।
ମୋବାଇଲ ଧରି ପିଲାମାନେ ସବୁ
ସକାଳରୁ ସଞ୍ଜ ବସନ୍ତି
ବୁଝନ୍ତୁ କି ଅବା ନ ବୁଝନ୍ତୁ ପାଠ
ଅନ୍ ଲାଇନ୍ ପାଠ ପଢନ୍ତି ।
ମୋବାଇଲ କରେ ଆଖିକୁ ଖରାପ
ଯେଉଁ ବାପା ମାଆ କୁହନ୍ତି
ସେହି ବାପା ମାଆ ପିଲାଙ୍କୁ ତ ଏବେ
ଦାମି ମୋବାଇଲ ଦିଅନ୍ତି ।
ମୋବାଇଲରେ ସିନା କାର୍ଟୁନର ମଜା
ପାଠରେ କି ମନ ଲାଗୁଛି
ଚପଳମତିଙ୍କ ପାଦ ଟଳମଳ
ସ୍କୁଲ ଖାଲି ମନେ ପଡୁଛି ।
ସହରୀ ଶିଶୁଙ୍କ ଅସୁବିଧା ନାହିଁ
ନେଟ୍ ତ ସବୁଠି ମିଳୁଛି
ଗାଁ ପିଲାଙ୍କ ତ ମୁଣ୍ଡବଥା ବେଶି
&n
bsp;ସିଗ୍ନାଲ ବାଧକ ହେଉଛି ।
ସବୁ ଗାଆଁରେ ତ ଟାୱାର ନାହିଁ ବୋଲି
ସିଗ୍ନାଲ ସହଜେ ମିଳୁନି
କେମିତି ପଢିବେ ପିଲାମାନେ ପାଠ
କରୋଣା ସେକଥା ବୁଝୁନି ।
ରାତି ପାହୁପାହୁ ପିଲାଏ ଖୋଜନ୍ତି
ସିଗ୍ନାଲ ମିଳିବା ଜାଗାଟି
ଉଚ୍ଚା ଯାଗା ଦେଖି ମୋବାଇଲ ଖୋଲି
ଅନ୍ ଲାଇନ୍ ପାଠ ପଢନ୍ତି ।
ଗଛ ଉପରେ କି ପାହାଡ ଶିଖରେ
ପିଲା ମାନେ ଭିଡ କରନ୍ତି
ବିପଦକୁ ପିଲେ ଖାତର ନକରି
ଗୁରୁଙ୍କଠୁ ପାଠ ବୁଝନ୍ତି ।
କରୋଣା ଦାଉରେ ହନ୍ତସନ୍ତ ପିଲା
ପାଠ ତ ପଛେଇ ଯାଉଛି
ଅନ୍ ଲାଇନ୍ ପାଠ କଅଁଳ କଳିଙ୍କୁ
ସତେକି ସହଜେ ଛୁଉଁଛି !