STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

କରୋନାକୁ ଯିବା ଜିତି

କରୋନାକୁ ଯିବା ଜିତି

1 min
229


ପ୍ରଥମ ତ ଗଲା ଦ୍ୱିତୀୟ ଆସିଲା

ତୃତୀୟକୁ ଏବେ ଭୀତ୍ତି

ଟୀକା ନେଇ ଆମେ ସତର୍କ ରହିଲେ

କରୋନାକୁ ଯିବା ଜିତି....


ହାତକୁ ଧୋଇବା ମାକ୍ସ ପିନ୍ଧିବା

ମାନିବାରେ କଟକଣା

କରିବାନି କାହିଁ ଗହଳି କେଉଁଠି

ହେବାନାହିଁ ଆନମନା

ପଦାକୁ ନଯାଇ ଘରେ ରହି ଆମେ

ସାଉଁଟିବା ସୁଖ ଶାନ୍ତି

କରୋନାକୁ ଯିବା ଜିତି....


ଟୀକା ନେବା ପାଇଁ ଡରିବାନି ଜମା

ଦୁଇ ମାତ୍ରା ନିଶ୍ଚେ ନେବା

ଟୀକା ନେଇ ଆମେ ରହିଲେ ସତର୍କ

କରୋନା ବିଜୟୀ ହେବା

କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବା

ତାଙ୍କ ବିନା ନାହିଁ ଗତି 

କରୋନାକୁ ଯିବା ଜିତି ...


  ସଠିକ ସୂଚନା ସଚେତନତା ତ

  ରୋଗଠୁ ଦୂରେଇ ରଖେ

  ହାତକୁ ରଖିଲେ ପରିଷ୍କାର ସଦା

  ଓଠେ ଓଠେ ହସ ମାଖେ

  କର ମର୍ଦ୍ଦନ ତ କର ନାହିଁ ଏବେ

  କର ନମସ୍କାର ସାଥି

 କରୋନାକୁ ଯିବା ଜିତି ...

   

   





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍