STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

କରୋନା ଚାପରେ ଚନ୍ଦନ

କରୋନା ଚାପରେ ଚନ୍ଦନ

1 min
247


 କରୋନା କୋପରେ ଗଲା ସନ ପ୍ରଭୁ

 ଚାପ ଖେଳିବାକୁ ଗଲେନି

 ନରେନ୍ଦ୍ର ପୋଖରୀ ଅନାଇ ରହିଲା

 ନନ୍ଦା ଭଦ୍ରା ସଜ ହେଲେନି 

 ଚନ୍ଦନ ଚକଡା ଲୁହ ଗଡାଇଲା

 ପ୍ରଭୁତ ପରଷ ଦେଲେନି..


 ମଣି ବିମାନରେ ମଦନମୋହନ

 ପାଲିଙ୍କିରେ ରାମକୃଷ୍ଣ

 ପଞ୍ଚୁପାଣ୍ଡବଙ୍କ ବିମାନ ସାଥିରେ

 ଅପୂର୍ବ ସେ ଶୋଭାବନ

 କରୋନା ଭୟରେ ଦୁନିଆ ଥରିଲା

 ବାହାର ଚନ୍ଦନ ହେଲାନି

 ନରେନ୍ଦ୍ରକୁ ପ୍ରଭୁ ଗଲେନି...


 ଦେଉଳ ଭିତରେ ବିନା ଭକତରେ

 ହୋଇଲା ଚନ୍ଦନ ଯାତ

 ଶୁଭିଲା ନାହିଁ ତ ଆହାକି ମଧୁର

 ଚନ୍ଦନ ଚାଚେରୀ ଗୀତ

 ପାପ ଧୋଇବାକୁ ସେ ମଧୁସୂଦନ

 ଚାପେ ଦରଶନ ଦେଲେନି 

ନରେନ୍ଦ୍ର କୁ ପ୍ରଭୁ ଗଲେନି...


ଏ ସନ ଚନ୍ଦନ ନରେନ୍ଦ୍ରେ ହୋଇବ

 ଭକତ ଯିବେନି କେହି

 କରୋନା ବେମାରୀ ଦ୍ୱିତୀୟ ଲହରୀ

 ଡକା ପଡେ ତ୍ରାହି ତ୍ରାହି

 ତ୍ରାହି କର ପ୍ରଭୁ କରୋନା କବଳୁ

 ଜଗତ ଅଥୟ ହେଲାଣି

 ନରେନ୍ଦ୍ରକୁ ପ୍ରଭୁ ଗଲେନି...


 



Rate this content
Log in