STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

କ୍ରିକେଟ ଖେଳ ଆମ ଇଣ୍ଡିଆ

କ୍ରିକେଟ ଖେଳ ଆମ ଇଣ୍ଡିଆ

1 min
333


କ୍ରିକେଟ ଖେଳ ପ୍ରିୟ ଆମର

 ଇଣ୍ଡିଆ ଟିମ ଜିତି ଆମର

ଖେଳ ପାଇଁ ଆମ ଇଣ୍ଡିଆ 

 ରହିଛି ଟିମି ଭାରତର।


ସଚିନ ,ବିରାଟ ଧୋନି ଆଉ ଗୌତମ

 ରଖିଛନ୍ତି ଦେଶର ନାମ

ଜିତାଇ ୱାର୍ଲଡ଼ କପକୁ ରଖିଗଲେ

  ଆମ ଦେଶର ମାନ।


ଆମ ଏଣ୍ଡିଆ ଜିତିଲେ ୱାର୍ଲଡ଼ କପ

 ଇଣ୍ଡିଆ ରଖିଛି ଟେକ

ପାକିସ୍ତାନ ହାରିଛି ବହୁତ ଥର 

 ଇଣ୍ଡିଆ ନା ଶୁଣି ଥର ଥର ।


ଜନ୍ମମାଟିର ଟେକ ରଖିବାକୁ ସର୍ବେ

  ଲଗାନ୍ତି ମନ,ପ୍ରାଣ ଆଉ ଧ୍ୟାନ 

ଟିମି ଏଣ୍ଡିଆ ର ସମସ୍ତ ଖେଳାଳି

 ଖେଳରେ ଦେଇ ଏକ ମନ।


ସଦା ବେଳେ କୁହ ଆମ ଇଣ୍ଡିଆ

 ପାକିସ୍ତାନ ହେବ ଛାନିଆ

ଇଣ୍ଡିଆ ଜିତିଛନ୍ତି ଜିତିବ ଖେଳୁଥିବ

 ଦେଶ ବିଦେଶରେ ନାଆଁ।


ପାକିସ୍ତାନ ହାରିଛି ବହୁଥର ବିଶ୍ୱ

 କପକୁ ରହିଛି ଅନେଇ

ଖେଳାଳି ସେପରି ସତର୍କେ ରହନ୍ତି

ବିପକ୍ଷ ଦଳେ ଅନେଇ ।


ହକି, କିରିକେଟ ଫୁଟବଲ ଏକଖେଳ

 ଇଣ୍ଡିଆର ଆଉ ଏକ ବଳ

ସବୁ କୃତି ଖେଳାଳି ଦେଇ ତାଙ୍କ ମନ

 ଦୁଃସାହସ,ବୁଦ୍ଧି ବାହୁ ବଳ ।


କ୍ରିକେଟ ଖେଳଟା କରିଛି ପାଗଳ 

 ସଭିଙ୍କ ମନରେ ଆଦର

ଦେଶ ବିଦେଶରେ ଜିତି କରି ନାମ

  ବଢାନ୍ତି ମାନ ଭାରତର ।


ଦର୍ଶକ ଦେଖନ୍ତି ହୁଇସିଲି ମାରି ତାଳି

 ମାରି ଇଣ୍ଡିଆ ଚୌକା, ଛକା

ଧୋନି,ସଚିନ ଗୋତମ ବିରାଟ କଲେ

  ମାରିଛନ୍ତି ଶହ ଶହ ଛକା।


ଏ ଖେଳ କରିଛି ସମସ୍ତଙ୍କୁ ପାଗଳ

  ବୁଢା ବୁଢ଼ୀ ବି ପାଗଳ

ଟୋକାମାନେ ଖେଳ ଦେଖିବାକୁ ଭିଡ

 ହୁଅନ୍ତି ଏକ ଜାଗାରେ ମାଳ।


ଇଣ୍ଡିଆ ହାରିଲେ କିଏ ଭାଙ୍ଗେ ଟିଭି

  ସମସ୍ତେ ହୁଅନ୍ତି ପାଗଳ 

ଖେଳ ଚାଲିଥିଲେ ଖାଇବାକୁ ଭୁଲି

 ବସିଥିବେ ହୋଇ ମେଳ।


ଖେଳ ଦେଖିବାକୁ ସମସ୍ତେ ପାଗଳ

  ଟିକଟ ମିଳେଲେ ହେଲା

ଖେଳାଳି ହେବାକୁ ସଭିଏଁ ଚାହାନ୍ତି

  ଭାଗ୍ୟ ସାଥି ଦେଲେ ହେଲା ।


ଇଣ୍ଡିଆର ଏତେ ଖେଳାଳି ଅଛନ୍ତି

  ଖେଳନ୍ତି ଏଗାର ଜଣ

ଇଣ୍ଡିଆ ଜିତିବ ବୋଲି କିଏ କରେ 

 ମାନସିକ କରନ୍ତି ଜାଣ।


କିଏ କହେ ମୋ ଇଣ୍ଡିଆ କିଏ କହେ

 ଏହା ଆମ ସ୍ୱାଭିମାନ

ଖେଳ ଦିନ କିଏ ଦିଏ ଅଫର ଖାଲି

 ଏହା ଆମ ସ୍ୱାଭିମାନ।



Rate this content
Log in