କୋରୋନା ଓପାର୍ବଣ ଋତୁ
କୋରୋନା ଓପାର୍ବଣ ଋତୁ


ବିଘ୍ନ ବିନାଶନ ପ୍ରଭୁ ଗଜାନନ
ଆଦ୍ୟପୂଜ୍ୟ ଗଣଈଶ
ତାଙ୍କରି ପୂଜାରୁ ପାର୍ବଣର ଋତୁ
ଛୁଇଁ ଯାଏ ଦଶ ଦିଶ ।
କନ୍ୟାସଂକ୍ରାନ୍ତିରେ ବିଶ୍ୱକର୍ମା ପୂଜା
ଆଶ୍ଵିନରେ ଦଶହରା
କୁମାର ପୂର୍ଣ୍ଣିମା ଲକ୍ଷ୍ମୀ ଆବାହନେ
ମୁଖରିତ ହୁଏ ଧରା ।
ଦୀପାବଳି ରାତି ଦୀପଜାଳି ସାଥୀ
ମହାକାଳୀଙ୍କର ପୂଜା
କାର୍ତ୍ତିକେଶ୍ୱରଙ୍କ ଭଷାଣୀରେ ହୁଏ
ପାର୍ବଣର ଶେଷ ମଜା ।
ଏସନ ପାର୍ବଣେ ନାହିଁତ ପୁଲକ
କୋରୋନା ସାଧୁଛି ଦାଉ
ପୂଜା
ହେବନାହିଁ ସଜ୍ଜା ହେବ ନାହିଁ
ଗହଳି ହେବନି ଆଉ ।
ମଣ୍ଡପେ ହେବନି ଗଣେଶଙ୍କ ପୂଜା
ଘରେତ ପାରିବ ପୂଜି
ପ୍ରଭୁଙ୍କ ଭଜନ ପ୍ରଭୁଙ୍କ କୀର୍ତ୍ତନ
ଭାବ ଭକତିରେ ହଜି ।
ଜାକଜମକରେ ଦଶରା ହେବନି
ଦେବୀ ଦୁର୍ଗାଙ୍କର ପୂଜା
ବାଜା ବାଜିବନି ମେଲୋଡି ହେବନି
ମଣ୍ଡପ ହେବନି ସଜ୍ଜା ।
ପରମ୍ପରା ରଖି ଆଉ ସବୁ ପୂଜା
ଅଳପେ ଅଳପେ ହେବ
ପାର୍ବଣର ଋତୁ କରୋନା କୋପରେ
ବାଟବଣା ହୋଇଯିବ ।