STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

କନ୍ୟା ବେଶ

କନ୍ୟା ବେଶ

1 min
90


କନ୍ୟା ବେସରେ ସୁନ୍ଦର ହୋଇ 

ମଥାରେ ସିନ୍ଦୂର ନାଇ

ବାହାରି ଯିବ ଶାଶୁ ଘରକୁ ଝିଅ

କାନ୍ଦେ ଖାଲି କଇଁକଇଁ

ପାଦରେ ଅଳତା ଘୁଙ୍ଗୁର ନାଇ

ଦେହରେ ପାଟ ଶାଢ଼ୀ 

ବେକରେ ମଙ୍ଗଳ ସୂତ୍ର ବେଶ ହୋଇ

ଦିଶୁଥାଏ ଭାରି ସୁନ୍ଦରି ।


ହାତରେ ଚୁଡି ନାଲି ନାଲି ଶଙ୍ଖା

କାନରେ ପେଣ୍ଡି ଫୁଲ

ହାତରେ ତା ନିର୍ବନ୍ଧ ସୁନା ମୁଦି 

ଅଳତା ରେ ପାଦ ଲାଲ ।


ବାପାଙ୍କୁ ଧରି କାନ୍ଦେ ହୋଇ କଇଁ

ବାପ ମୋତେ ଛାଡିଦେବ

ବୋଉ ମୋତେ କାଇଁ ମାରିନଥୁଲୁ

ଆଜି ମୋତେ ଛାଡି ଦେବୁ ।


ଏଡିକି ରୁ ଏଡେ କରିଥିଲେ ବଢ଼ାଇ

 ସ୍ନେହ ସରଧା ଦେଇ

ଆଜିଠୁ କହାକୁ ଡାକିବି ମୁଁ ବାପା 

ତମେ ମାରି ନଦେଇ ।


କହାକୁ ଡାକିବି ମୋ ବୋଉ ଆଉ

ବୋଉ ମୋତେ କଲୁ ପର

କିଏ ମୋତେ ସକାଳୁ ଉଠାଇ ଦେବ

କାହାକୁ କରିବି ନିଜର ।


ଶାଶୁ ଘର ମୋ ପାଇଁ ପର କେମିତି

ଜାଣିବି କିଏ ନିଜର

ଭାଇ ମୋର କଳିକଜିଆ କରିବେନି

ମୋତେ କରିଦେଲୁ ପର ।


ଆମେ କେତେ ଖେଳୁଥିଲେ ଲୁଚକାଳି

ଚାଲି ଯିବି ବହୁତ ଦୂର ।


ଭାଇ ହୋଇ ଆମ ମାନ ରଖିବୁ ତୁହି

ଘରର ମାନ ରଖିବୁ

ବୋଉକୁ ଟାଇମି ରେ ମେଡ଼ିସିନ ଦବୁ

ବାପାଙ୍କ ଖାଇବା ବୁଝିବୁ ।


ବାପା ବୋଉ ମୋର ଅଟନୃ ଦେବତା

ତାଙ୍କ ଦୁଃଖ ବୁଝିବୁ

ଦାଦା ଖୁଡି ଜାଉଛି ତମ ଝିଅ ଦୁରେଇ

ମୋର ଦୁଃଖ ବୁଝିବ ।


ସାଙ୍ଗ ସାଥିରେ ମୁଁ ଚାଲି ଯାଉଛି

ତମେ ମାନେ ମୋ ନିଜର

ଖେଳଘର ବାଲିଘର ସରିଗଲା 

ମୋତେ କରିବନି ପର ।


ଫୋନ କରିବ ଏ ସାଙ୍ଗ ମୋହର

ପର କରିବ ନାହିଁ

ଏତିକି ବେଳେ ଗାଡି ଆସିଲା ଧାଇଁ

ଝିଅ ପୁରା ମନ ନାହିଁ

ଏତିକି ବେଳେ ଦିଅର ଟିକେ ନେଲେ

ବୋଉର ହୋସ ନାହିଁ ।


ଜାଉଛି ବାପା ବୋଉ କାନ୍ଦିବ ନାହିଁ

ତମ ପାଖରେ ନାହିଁ

ନିଜକୁ ନେଜେ ତମେ ବୁଝାଇ ଦେବ 

ତମ ମାନଙ୍କ ଖୁସି ପାଇଁ ।

 

ମୋ କଥା ଯେବେ ମନ ପଡିବ 

ଫୋନ କରି କଥା ହେବ

ବେଶୀ ମନ ପଡିଲେ ଆସିବ ବାପା

 କଛି ଦିନ ରହିବ ।



Rate this content
Log in