STORYMIRROR

Abhiram Sahoo

Others

2  

Abhiram Sahoo

Others

କଳଙ୍କ

କଳଙ୍କ

1 min
14.1K


କଳଙ୍କକୁ ଭଲ ନପାଇଲେ କିଏ

କଜଳ କରନ୍ତା ଆଖିରେ

ଅନ୍ଧାରକୁ ଭଲ ନପାଇଲେ କିଏ

ଜହ୍ନକୁ ଖୋଜନ୍ତା ରାତିରେ ।୦।


ଭଲପାଇବାର ମହକରେ ଯା'ର

ମନ ମହମହ ବାସେ

ସବୁବେଳେ ତା'ର ଉଡିଲା ପଣତ

ସଜାଡୁ ସଜାଡୁ ଖସେ

ମନହୁଏ ଏଇ ଅସଜଡା ରାତି

ରହିଯାଆନ୍ତା କି ଛାତିରେ ।୧।


କଳଙ୍କର ଛିଟା ଏତେ ମିଠା ମିଠା

ଚାଖିବାକୁ ମନ ଚାହେଁ

ଅନ୍ଧାରରେ ନିଜ ଦେହକୁ ଯେମିତି

ଆଉ କେହି ଛୁଇଁଦିଏ

ମନହୁଏ ସାରା ଜୀବନ ଜଳନ୍ତା

ସେଇ ଦେହଛୁଆଁ ତାତିରେ ।୨।


এই বিষয়বস্তু রেট
প্রবেশ করুন